ପୁର୍ତ୍ତ ବିଭାଗର ଫାଟକ ବନ୍ଦକୁ ନେଇ ଝଡ : ଉପଜିଲାପାଳଙ୍କ ହସ୍ତକ୍ଷେପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୁର୍ତ୍ତବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଫାଟକ ଗତ କିଛିଦିନ ଧରି ବନ୍ଦ ରହୁଥିଲା । ଫଳରେ କାର୍ଯ୍ୟାଳୟକୁ ଯିବାଲାଗି ସାଧାରଣ ଲୋକେ ଡାକବଙ୍ଗଳା ପରିସର ଦେଇ ପଶିବାକୁ ବାଧ୍ୟ ହେଉଥିଲେ । ଆଜି ବିଜେପିର କେତେକ କର୍ମକର୍ତ୍ତା ନାମ୍ପୋ ସ୍ଥିତ ଜଳନିଷ୍କାସନ ନାଳଖୋଳା କାର୍ଯ୍ୟ ବନ୍ଦ ହୋଇଥିବା ସଂପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ଅଶୋକ ପଣ୍ଡାଙ୍କ ସହ ଆଲୋଚନା ଲାଗି କାର୍ଯ୍ୟାଳୟକୁ ଯାଇ ପାରିନଥିଲେ । ଫଳରେ ବିଜେପିର ଜଗନ୍ନାଥ ପ୍ରଧାନ, ସମୀର କୁମାର ପାତ୍ର, ସୁମତୀରାଣୀ ଦେ, ପ୍ରତାପଚନ୍ଦ୍ର ସେନାପତି, ଜଗଦୀଶଚନ୍ଦ୍ର ପ୍ରଧାନ, ସୁଧିର କୁମାର ଭୂୟାଁ, ବିଜୟ କୁମାର ପାତ୍ର, ପ୍ରଣବ ବାରିକ, ଜ୍ୟୋତିବ୍ରହ୍ମ ଦେ, ପ୍ରଦୀପ ମହାନ୍ତି, ଅଜୟ ପାଳ, ସୁମନ ମହାନ୍ତି, ସନ୍ୟାସୀ ଦାସ ପ୍ରମୁଖ ଫୋନ ଯୋଗେ ଉପଜିଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଫାଟକ ଖୋଲା ଯିବା ପରେ ଅଭିଯୋଗକାରୀମାନେ ସହକାରୀ କାର୍ଯ୍ୟନିବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା