ପୁରୁଷୋତ୍ତମପୁରର ବିଜେଡି ବରିଷ୍ଠ କର୍ମୀ ଅରୁଣ ପଣ୍ଡା ଶେଷରେ ବିଜେପିରେ ମିଶିଲେ …

ଛତ୍ରପୁର (ସମୃଦ୍ଧ ଓଡିଶା) ସଂପ୍ରତି ରାଜନୀତିରେ ପାୱାର ଲୋଭରେ ନୀତି ଗତି ଚରିତ୍ରକୁ ପଦାରେ ପକାଇ କିଛି ଲାଭବାନ ହେବା ଆଶାରେ କର୍ମୀଠାରୁ ଆରମ୍ଭ କରି ବଡ ବଡ ନେତା ଯାଏଁ ଦଲବଦଳ କରିଥାନ୍ତି । ଲୋକଙ୍କୁ ଭୁତେଇ ଆଜି ୟାକୁ ଗାଳୀକରନ୍ତି ତ କାଲି ତାକୁ ଗାଳୀକରନ୍ତି । ଏମାନେ ନିଜର ଫାଇଦା ଦିଗରେ ଦୌଡ଼ି ଥାନ୍ତି । ଟିକକ ଫାଇଦା ପାଇଁ ନିଜର ନୀତି ନିୟମ ଆଦର୍ଶକୁ ଜଳାଞ୍ଜଳି ଦେଇ ଦିଅନ୍ତି ଏମାନେ। ଲୋକମାନେ ମଧ୍ୟ ଏମାନଙ୍କ ଏଭଳି ଆଚରଣକୁ କିଭଳି ଗ୍ରହଣ କରନ୍ତି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଦେଖୁନାହାନ୍ତି-ଚନ୍ଦ୍ର ଶେଖର ସାହୁ କଂଗ୍ରେସ ବ୍ୟାନରରେ ବ୍ରହ୍ମପୁର ପୌରପରିଷଦର କାଉନସିଲରଠୁ ଆରମ୍ଭ କରି ପାର୍ଲିଆମେଣ୍ଟ ସଭ୍ୟ, କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ। କଣ ହେଲା’ ଟିକକ ଫାଇଦା ପାଇଁ ନିଜର ନୀତି ନିୟମ ଆଦର୍ଶକୁ ଭୁଲି ପରିଣତି ବୟସରେ ବିଜେଡିରେ ଯୋଗଦେଇ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସେଭଳି ଶ୍ରୀକାନ୍ତ ଜେନା ଜନତା ଦଳରେ ରହି ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରୁ ରାଜ୍ୟରେ ନାଁ କଲେ, ଟିକକ ଫାଇଦା ପାଇଁ ଜନତା ଦଳ ଛାଡି ବିଜୁବାବୁଙ୍କୁ ବିରୋଧ କରି କଂଗ୍ରେସରେ ମିଶିଲେ । କେନ୍ଦ୍ର ମନ୍ତ୍ରୀ ହେଲେ, ବର୍ତମାନ ତାଙ୍କ ନୀତି ଗତି ଅନୁଧ୍ୟାନ କରନ୍ତୁ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ଟିକକ ଫାଇଦା ପାଇଁ ଦଳ ବଦଳାଇ ନିଜର ଆଦର୍ଶକୁ ଜଳାଞ୍ଜଳି ଦେଇଦିଅନ୍ତି କିନ୍ତୁ ଏଭଳି ନେତା ଅଛନ୍ତି ଯେଉଁ ମାନଙ୍କୁ ନେତା କୁହାଯାଏ ସେମାନେ କସ୍ମିନ କାଳେ ଦଳ ବଦଳ କରନ୍ତି ନାହିଁ । ସେମାନେ ଇତିହାସର ମୋଡ ବଦଳାଇ ଦେଇପାରନ୍ତି । ସେମାନେ ଇତିହାସରେ ସ୍ମରଣୀୟ ହୋଇ ରହିଯାନ୍ତି ।ପ୍ରଥମେ ଦେଶ ତାପରେ ସ୍ୱାର୍ଥ । ଚକା ଆଖି ସବୁ ଦେଖୁଛି ଭଳି ବୁଦ୍ଧିଜୀବୀ ସବୁ ପରଖୁ ଛନ୍ତି । ନିଜର ଆଦର୍ଶକୁ ଜଳାଞ୍ଜଳି ଦେଇ ଦଳ ବଦଳାଇବା ବୁଦ୍ଧିଜୀବୀ ମହଲରେ ଗ୍ରହଣୀୟ ନୁହେଁ । ଆଜି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଛେ ଟିକିଏ ସ୍ୱାର୍ଥରେ ଆଞ୍ଚ ଆସିବାରୁ ଆଜି ତାଙ୍କୁ ଗାଳି ଦେବା ହେଉଛି ଆଦର୍ଶ ବିହୀନ। କିମ୍ବା କାଲି ତାଙ୍କୁ ଗାଳିଦେଉ ଥିଲେ ଆଜି ତାଙ୍କ ପାଦ ତଳେ ପଡି ଆଦର୍ଶକୁ ହରାଇବା ଉଚିତ ନୁହେଁ । ପୁରୁଷୋତ୍ତମପୁର ଅଞ୍ଚଳରେ ସୀମିତ ଥିବା ବିଜେଡିର ବରିଷ୍ଠ ନେତା ଅରୁଣ ପଣ୍ଡା ତ ନିମିତ୍ତ ମାତ୍ର । ନବୀନ ପଟ୍ଟନାୟକ ଓ ଖଲିକୋଟ ରାଣୀଙ୍କ ଆଶୀର୍ବାଦରେ ସାଣିତ ହୋଇ ନିଜର କର୍ତ୍ତବ୍ୟ ବଳିଷ୍ଠ ଉଦ୍ୟମ ନିଷ୍ଠାପର ସେବା ଦେଇ ଲୋକଙ୍କୁ ନିଜର କରି ସେ ଆଜି ଏତେଦୂର ଆସି ପାରିଛନ୍ତି । ସେ ଅଞ୍ଚଳର ଜଣେ ଜଣାଶୁଣା କର୍ମୀ ହିସାବରେ ସେ ବେଶ ପରିଚିତ ହୋଇଛନ୍ତି । ସେ ହୁଅନ୍ତୁ କିମ୍ବା ତାଙ୍କ ସହଧର୍ମଣୀ ହୁଅନ୍ତୁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ବିଜେଡି ପାଇଁ । ସେତୁଳନାରେ ସେମାନେ ଯାହା ଆଶା କରିଥିଲେ ତାହା ପାଇପାରିଲେ ନାହିଁ ବୋଲି ଆଜି ହଠାତ ଏହି ଅବସ୍ଥା ସୃଷ୍ଟି ହେଲା ବୋଲି କୁହାଯାଇ ପାରେ । ଉଭୟେ ନିସ୍ଵାର୍ଥପର ଭାବେ ନିଷ୍ଠାପର ସହ ବିଜେଡି ତଥା ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିଛନ୍ତି ବୋଲି ଦାବୀ ହୋଇଛି । ହେଲେ ଭାଗ୍ୟର ବିଡମ୍ବନା । ଶେଷର କାଲିର ବିଜେଡି ତଥା ନବୀନ ବାବୁଙ୍କ ଅରୁଣ ପଣ୍ଡା ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ହାତକୁ ହାତ ମିଳାଇ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କର ପୂର୍ବ ସଂଗଠନକୁ ଭିତି କରି ଅନ୍ତତଃ ବିଜେପି କିଛି ଲାଭ ପ୍ରଦାନ କରୁ ବୋଲି ପର୍ଯ୍ୟବେକ୍ଷକମାନଙ୍କ ମାଁ ‘ ତାରା ତାରିଣୀଙ୍କ ପାଖରେ ପ୍ରାର୍ଥନା ।

ରିପୋର୍ଟ :ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା