ପୁରୁଷଙ୍କ ବିକାଶ କ୍ଷେତ୍ରରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ପୁରୁଷର ବିକାଶ ସହିତ ତାର ପରିବାରର ବିକାଶ ଓ ସମାଜର ବିକାଶ ହେବା ସମ୍ଭବ ହୋଇଥାଏ କେବଳ ଜଣେ ନାରୀର ତ୍ୟାଗ ଓ ମହାନତା ପାଇଁ । ସେପରି ଜଣେ ମହିୟସୀ ମହିଳାଙ୍କୁ ଅର୍ଦ୍ଧଙ୍ଗିନୀ ଭାବେ ପାଇଥିବାରୁ ଏକାଧାରରେ ଜଣେ ଗବେଷକ, ସୁ-ସାହିତ୍ୟିକ ବିଶିଷ୍ଟ ଅର୍ଥନିତୀବିତ୍ ଓ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଭାବେ ଡ. ଶ୍ରୀକାନ୍ତ ଚରଣ ପାତ୍ର ପ୍ରତିଷ୍ଠା ଅର୍ଜନ କରିଥିବା ସଂପର୍କରେ ଆଜି ଚଞ୍ଚଳାମଣି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଛି ।ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର ଚମାରଗାଁ ପଂଚାୟତ ଅଧିନସ୍ଥ ସେହି ଗାଁରେ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ବାସଭବନରେ ଚଞ୍ଚଳାମଣୀ ଦେବୀଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠଡିତ ହୋଇ ଯାଇଛି । ଏଥିରେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରି ପୁରୁଷ ସାମାଜିକ ବିକାଶରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିଲାଗି ଅହ୍ୟ ସୁଲକ୍ଷଣୀ ଚଞ୍ଚଳାମଣୀ ପୁସ୍ତକକୁ ଉନ୍ମୋଚନ, ଓଷ୍ଟାର ପୂର୍ବତନ ଜିଲା ସଭାପତି ତଥା ଉଦଘାଟକ ଭାବେ ଗିରିଜା କିଙ୍କର ମହାନ୍ତି ଯୋଗ ଦେଇ ତାଙ୍କ ସହପାଠୀଙ୍କ ସହଧର୍ମୀଣିଙ୍କ ସ୍ମୃତିଚାଣର କରିଥିଲେ । ଚଞ୍ଚଳାମଣିଙ୍କ ମହନୀୟତାର ସୁବାଷ ଯୋଗୁଁ ଡ଼ଃ. ପାତ୍ର ଆଜି ସୁବାସୀତ ହୋଇଛନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ରେବତୀର ସମ୍ପାଦିକା ସୁବାସିନୀ ଜେନା, ସୁବର୍ଣ୍ଣାଶ୍ରୀର ମୁଖ୍ୟ କାଳିପଦ ପଣ୍ଡା, ଡ. ଲକ୍ଷ୍ମୀକାନ୍ତ ତ୍ରୀପାଠୀ, ପ୍ରଫୁଲ୍ଲ କୁମାର ପାଠୀ, ଡ. ବିକ୍ରମ ମହାନ୍ତି, ଡ. ରମାକାନ୍ତ ଭଞ୍ଜ, ବିଷ୍ଣୁ ପଦ ମହାନ୍ତି, ଡ. ସିରିଶ ଚନ୍ଦ୍ର ଜେନା, ନିବାରଣ ଜେନା, ଦୁକୁଲ ଚନ୍ଦ୍ର ଘଡାଇ, ଚିନ୍ମୟ ଦାସ, ଓଷ୍ଟାର ପୂର୍ବତନ ସଭାପତି ଇନ୍ଦୁମାଧବ ମହାନ୍ତି ପ୍ରମୁଖ ସନାତନ ଧର୍ମ ଓ ସାମାଜିକ ସ୍ତରରେ ହିନ୍ଦୁ ରମଣୀର ସାଧନା ଯୋଗୁଁ ଜଣେ ପୁରୁଷ ପ୍ରତିଷ୍ଠାବାନ୍ ହୋଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର କାମିଳା, ସିଦ୍ଧାର୍ଥ ଶଙ୍କର ପାଳ, ରମେଶ ଚନ୍ଦ୍ର ନାୟକ, ସୁଧିର କୁମାର ଦାସ, କାର୍ତ୍ତକ ଚନ୍ଦ୍ର ଦାସ, ପ୍ରଫୁଲ୍ଲ ସୁର, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ସେଖର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଓଝା, ବଳରାମ ଓଝା, ଆଦିତ୍ୟ ନାରାୟଣ ପାତ୍ର, ମୂରଲୀ ଧର ଦାସ ଅଧିକାରୀ, ସପନ ଜେନା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତପନ ଦାସ ଓ ସୁକୁମାର ଘୋଷ, ସମାଜସେବୀ ସୁଦର୍ଶନ ଦାସ ପ୍ରମୁଖଙ୍କ ସହିତ ଗ୍ରାମବାସୀ, ପରିବାରବର୍ଗ ଏହି ସ୍ମୃତିସଭାରେ ଯୋଗ ଦେଇଥିଲେ । ଜ୍ୟେଷ୍ଟାକନ୍ୟା ମମତାରାଣୀ ଓଝା ଧନ୍ୟବାଦ ଦେଇଥିବା ବେଳେ ହେମନ୍ତ ଗିରି ସୂଚନା ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା