ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଥଣ୍ଡା ପାନୀୟ ବଣ୍ଟନ

ପୁରୀ(ସମୃଦ୍ଧଓଡିଶା)ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ଏକତା ଟ୍ରଷ୍ଟ ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗରେ ଶ୍ରଦ୍ଧାଳୁମାନଙ୍କୁ ଆପ୍ୟାୟିତ କରିବା ନିମନ୍ତେ,ଏକ ହଜାରରୁ ଉର୍ଦ୍ଧ ଜଗନ୍ନାଥଭକ୍ତଙ୍କୁ ଥଣ୍ଡା ପାନୀୟ ଫଳ ରସ ବଡ ଦଣ୍ଡ ସ୍ଥିତ ବିଜେପି ସହାୟତା ଶିବିରରେ ବଣ୍ଟନ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନଙ୍କୁ ହିନ୍ଦୁ ସଂସ୍କୃତି, ଜଗନ୍ନାଥଙ୍କ ଇତିହାସ ଓ ମହିଳା ମାନଙ୍କ ଆତ୍ମ ସୁରକ୍ଷା ବିଷୟରେ ସାମୁହିକ ପ୍ରଶିକ୍ଷଣ ସହିତ ଜଗନ୍ନାଥ ସଂସ୍କୃତି ବିଷୟରେ ସଚେତନ କରିବା ପାଇଁ ସ୍ଥାନେ ସ୍ଥାନେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲାlଏହି କାର୍ଯ୍ୟକ୍ରମର ମହତ ଉଦେଶ୍ୟ ଥିଲା ଓଡିଶା ପର୍ଯ୍ୟଟନ ବିଭାଗ ସହିତ ବିଜେପି ପ୍ରଶିକ୍ଷଣ ସେଲର ଆଭିମୁଖ୍ୟ ଅଭିବୃଦ୍ଧି କରିବା ସହିତ ଓଡ଼ିଆ ମାନଙ୍କ ସ୍ୱାଭିମାନ ରକ୍ଷା କରିବା l ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେପି ସଙ୍ଘଠନରୁ ଶ୍ରୀ ରାଜେଶ କୁମାର ନନ୍ଦ, ପୁରୀ ବିଜେପି ମିଡ଼ିଆ ସେଲ ସଦ୍ୟସ ଶିବ ନାରାୟଣ ଦାସ, ପୁରୀ ଜିଲ୍ଲା ଶରଧା ବାଲିମଣ୍ଡଳ ଉପ ସଭାପତି ବ୍ରଜବନ୍ଧୁ ଦାସ ପୂର୍ଣ୍ଣ ସହଯୋଗ କରି ଥିଲେ l ବିଜେପି ପ୍ରଶିକ୍ଷଣ ଶିବିର ର ଅଧକ୍ଷ ଶ୍ରୀ ରବି ମହାରଣା, ଉପାଧ୍ୟାକ୍ଷା ଇଂ ଦୀପ୍ତି ରେଖା ପଟ୍ଟନାୟକ, ତୁଳସୀ ବିଶୋଇ, ରଜନୀ ବଳା ଦାସ, ସସ୍ମିତା ପରିଡା, ସସ୍ମିତା ସାହୁ, ରଶ୍ମିତା ପଣ୍ଡା, ଦିବ୍ୟ ଭାରତୀ ଜେନା, ବିଶ୍ୱ ପ୍ରଭା ପୃଷ୍ଟି, ଅନିତା ପୋହି, ଦେବେନ୍ଦ୍ର ବିଶୋଇ ଓ ଭୁବନେଶ୍ୱର ଜିଲ୍ଲା ଉପ ସଭାପତି ତଥା ପ୍ରଶିକ୍ଷଣ ସେଲ ସଦ୍ୟସ ଶ୍ରୀ ରାଜେନ୍ଦ୍ର ଦାସ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର