ପୁରୀ ଓ ଗଞ୍ଜାମ ଜିଲ୍ଲାର ୯୨ଟି ଗ୍ରାମକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୃଷ୍ଣପ୍ରସାଦ (ସମୃଦ୍ଧ ଓଡିଶା) ଗତକାଲି କୃଷ୍ଣପ୍ରସାଦରେ ପାନୀୟ ଜଳର ମେଗା ପ୍ରକଳ୍ପ ନିମନ୍ତେ ଭିତିପ୍ରସ୍ତରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ଵାରା ଚିଲିକା ଘେରରେ ଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ୯୨ଟି ଗ୍ରାମ ସହ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ୫୫ଟି ଗ୍ରାମବାସୀ ପିଇବା ପାଣିର ସୁବିଧା ପାଇପାରିବେ । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ହୁମ୍ମାରେ ମଧ୍ୟ ଭିଡ଼ିଓ କନଫେରେନସିଂ ଜରିଆରେ ପ୍ରକଳ୍ପ ପାଇଁ ଭିତିପ୍ରସ୍ତରର ଶୁଭ ଦେଇଛନ୍ତି । ୧୮୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪ଲକ୍ଷ ଲୋକ ପିଇବା ପାଣି ପାଇବେ । ଏଥିପାଇଁ ଗତକାଲି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ଏକ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ପାଇଁ ଭିତିପ୍ରସ୍ତରର ଶୁଭ ଦେଇଛନ୍ତି । ମହିଳା ମାନଙ୍କର ଉନ୍ନତି ପାଇଁ ଅନେକ ଯୋଜନା ଚାଲିଛି ସମସ୍ତଙ୍କ ସହଯୋଗ ରହିଲେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଅଞ୍ଚଳର ବିଧାୟକ ସଞ୍ଜୟ ଦାଶ ବର୍ମା  ଓ ମନ୍ତ୍ର ମହେଶ୍ୱର ମହାନ୍ତି ଯୋଗଦାନ କରି ସରକାରଙ୍କର ଏହା ଏକ ଐତିହାସିକ ପଦକ୍ଷେପ ଓ ଏହା ଦେଶ ସ୍ୱାଧୀନର ଦୀର୍ଘ ବର୍ଷ ପରେ ଚିଲିକା ଘେରି ଅଂଚଳର ଗ୍ରାମ ଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା ହେଉଥିବାରୁ ସମସ୍ତେ ବେଶ୍ ଖୁସି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସମେତ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା