ପୁରାତନ ଛାତ୍ର ମନୋଜଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବସ୍ତା ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ହୀରାପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ହୀରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ପୁରାତନ ଛାତ୍ର ସ୍ୱର୍ଗତ ମନୋଜ କୁମାର ଦେହୁରୀଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଛାତ୍ର ସଂସଦର ସଭାପତି ଗୋପାଳ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ସ୍ୱର୍ଗତ ଦେହୁରୀ ଜଣେ ମେଳାପୀ, ମିଷ୍ଟଭାଷୀ, ନମ୍ର, ଆଜ୍ଞାଧୀନ ତଥା ପରୋପକାରୀ ଛାତ୍ର ଥିଲେ । ତାଙ୍କ ବିୟୋଗରେ ଭଗବାନପୁର ଅଞ୍ଚଳ ତଥା ହୀରାପୁର ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ସଭାରେ ଛାତ୍ର ସଂସଦର ସହଯୋଗୀ ଆବାହକ କାରୁ ମୁର୍ମୁ, ସମ୍ପାଦକ କମଳାକାନ୍ତ ବିଶ୍ୱାଳ, ବରିଷ୍ଠ ଉପଦେଷ୍ଟା ନିରଞ୍ଜନ ବାରିକ, ଗୌରାଙ୍ଗ ପଣ୍ଡା, ବିଶ୍ୱନାଥ ପ୍ରଧାନ, ସିଏମଏ ଶକ୍ତିଧର ସିଂହ, କିଟ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଇଂ. ରଞ୍ଜନ କୁମାର ବେହେରା, ଅମୁଲ୍ୟ ରାଉତ, ସୁଦର୍ଶନ ମହାପାତ୍ର, ଜଗଦୀଶ ବ୍ରହ୍ମଚାରୀ, ଚକ୍ରଧର ଆଚାର୍ଯ୍ୟ, ଅମୁଲ୍ୟ ରାଉତ ଓ ନିବେଦିତା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରିଥିଲେ। ତାପସ କୁମାର ସାହୁ, ଦେବେନ୍ଦ୍ର ଆଚାର୍ଯ୍ୟ,ସଞ୍ଜୟ କୁମାର ପ୍ରଧାନ ଓ ସ୍ୱାତୀ ସୁମନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରାତନ ଛାତ୍ର ସଂସଦ ତରଫରୁ  ଶୋକସନ୍ତପ୍ତ ପରିବାରବର୍ଗଙ୍କ  ଉଦ୍ଦେଶ୍ୟରେ ଧୈର୍ଯ୍ୟ ଓ ସାହସର ସହ ଏହି ଦୁଃଖଦ ସମୟକୁ ଅତିବାହିତ କରିବା ପାଇଁ ସମବେଦନା ଜ୍ଞାପନ କରାଯାଇଥିଲା ।  କାଳୀଚରଣ ସରେନ, ଦେବେନ୍ଦ୍ର ଆଚାର୍ଯ୍ୟ, ଓ ବିଶ୍ୱନାଥ ପ୍ରଧାନ ପ୍ରମୁଖ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସ୍ବର୍ଗତ ଦେହୁରୀଙ୍କ ଉଦ୍ଦେଶ୍ୟରେ ଶୋକ ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ସହକାରୀ ସମ୍ପାଦକ ମମତା ସ୍ୱାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।