ପୁଣି ବଢ଼ିଲା ଲକ ଡାଉନ: ଆଜି ରାତି ୧୨ ରୁ ୩ ସପ୍ତାହ ଅର୍ଥାତ ଏପ୍ରିଲ ୧୪ ଯାଏଁ ଲକ୍‌ ଡାଉନ୍‌…

ନୁଆଁଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭାଇରସ ସଂକ୍ରମଣ ଦାଉ ସାଜିଲା ଫଳରେ ପୁଣି ବଢ଼ିଲା ଲକ ଡାଉନ । ଆଜି ରାତି ୧୨ରୁ ୩ ସପ୍ତାହ ଅର୍ଥାତ ଏପ୍ରିଲ ୧୪ ଯାଏଁ ଭାରତ ହେବ ଲକ୍‌ ଡାଉନ୍‌ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ମଙ୍ଗଳବାର ରାତି ୧୨ଘଣ୍ଟାରୁ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ପୁରା ଦେଶରେ ହେବ ଲକ୍‌ ଡାଉନ୍‌ । ଜନତା କର୍ଫ୍ୟୁଠୁ ଆଉ ଦୁଇ ପାଦ ଆଗରେ ରହିବ ବୋଲି ଆଜି ଦେଶକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାର ଅର୍ଥ ‘କୋଇ ରୋଡ ପର ନା ନିକଲେ’ ବୋଲି ଏକ ପ୍ଲା କାର୍ଡ ଦେଖାଇ ମୋଦି କହିଛନ୍ତି ଯେ ଘର ବାହାରକୁ ଗୋଟିଏ ପାଦ ଆସିଲେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ କୋରୋନା କବଳିତ କରିପାରେ । ଆଗାମୀ ୨୧ ଦିନର ଲକ୍‌ ଡାଉନ୍‌ ନ ମାନିଲେ ଦେଶ ୨୧ବର୍ଷ ପଛକୁ ଚାଲିଯିବ ବୋଲି ମୋଦୀ କହିଛନ୍ତି । ଏପରିକି ବହୁ ସଂଖାରେ ପରିବାରଗୁଡିକୁ ଧ୍ୱଂଶ କରିପାରେ କୋରୋନା ବୋଲି କହିଛନ୍ତି । ବିଶେଷ କରି କୋରୋନା ମୁକାବିଲା କରିବାର ଏକ ମାତ୍ର ପଦକ୍ଷେପ ହେଉଛି ‘ସୋସିଆଲ ଡିଷ୍ଟାନ୍ସିଂ’ ସାମାଜିକ ଦୂରତା । କୋରୋନା ବ୍ୟାପିବାର ଲକ୍ଷଣ କିଛି ନିଆରା ରହିଛି । ପ୍ରଥମ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କାବୁରେ ରହୁଥିବା ବେଳେ କିଛି ଦିନ ଭିତରେ ବେକାବୁ ହୋଇଯାଉଛି । ବହୁ ବିକଶିତ ଦେଶରେ ମେଡିକାଲ ସିଷ୍ଟମ ବହୁତ ଭଲ ଥାଇ ମଧ୍ୟ ସେମାନେ ଥକି ପଡ଼ିଛନ୍ତି । ଏହିସବୁ ଦେଶର ଏକ୍ସପର୍ଟଙ୍କ ଅନୁସାରେ ‘ସୋସିଆଲ ଡିଷ୍‌ଟାନ୍ସିଂ’ ହିଁ ଏକମାତ୍ର ପଦକ୍ଷେପ କୋରୋନା ପାଖରୁ ରକ୍ଷା ପାଇବାର ବୋଲି ମୋଦି କହିଛନ୍ତି ।କାରଣରୁ ରକ୍ଷାପାଇବା ପାଇଁ ଏକୋଇଶି ଦିନଯାଏଁ ଘରୁ ଆଦୌ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଦେଶରେ ଲକ ଡାଉନ କଡାକଡି କରାଯାଇଛି ଏହାକୁ ଅବମାନନା ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ ବୋଲି ମଧ୍ୟ ସତର୍କ କରାଯାଇଛି । କରୋନା ମୁକାବିଲା ପାଇଁ ପନ୍ଦର ହଜାର କୋଟି ଟଙ୍କା ବ୍ୟୟ ବରାଦର ଘୋଷଣା କରିଛନ୍ତି ମୋଦୀ । ସବୁ ଭାରତ ବାସୀ ଏହାକୁ ଗୁରୁତର ସହ ଚିନ୍ତାକରି ଲକ ଡାଉନକୁ ସମ୍ପୂର୍ଣ ପାଳନ କଲେ ଓ ସାମାଜିକ ତଥା ସୋସିଆଲ ଦୁରତା ଅବଲମ୍ବନ କଲେ ଆମେ ନିଶ୍ଚୟ ଏହାର ମୁକାବିଲା କରିପାରିବା ବୋଲି ମୋଦିଜୀ ଆହ୍ୱାନ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା (ବ୍ୟୁରୋ ନିଉଜ )