ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ସନ୍ତୋଷଙ୍କୁ ୧୦ ହଜାର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ସନ୍ତୋଷଙ୍କୁ ୧୦ ହଜାର ଟଙ୍କା ଗତକାଲି ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ସହର ଷ୍ଟେସନ ରୋଡ଼ରେ ରହି ଆସୁଥିବା ସନ୍ତୋଷ ସେଠୀ(୩୦)ଙ୍କ ଦୁର୍ଘଟଣାରେ ବିକଳାଙ୍ଗ ହୋଇ ଦୁର୍ଦ୍ଦିନରେ କାଳତିପାତ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ମେମ୍ବର ଶମ୍ଭୁନାଥ ପାଣିଗ୍ରାହୀ ଗଞ୍ଜାମ ସହର ଷ୍ଟେସନ ରୋଡ଼ରେ ପହଞ୍ଚି ସନ୍ତୋଷଙ୍କୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହାସହ ଆଗାମୀ ଦିନର ଚିକିତ୍ସାରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସହାୟତା ପ୍ରଦାନ ବେଳେ କଂଗ୍ରେସ ନେତା ଭାଗିରଥି ବେହେରା, ଗଞ୍ଜାମ ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥୀ, ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା