ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣକଲେ ପାଢ଼ୀ ପରିବାର

ଆଜି ଆଶ୍ଵିନ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆମ ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହ ମନେ ପକେଇ ଅପର ପକ୍ଷ ଶ୍ରାଦ୍ଧ ଅର୍ପଣ କରିଲୁ।ଏହା ହିଁ ଆମ ହିନ୍ଦୁ ମାନଙ୍କ ବିଶେଷତା ଓ ସୁନ୍ଦର ମମତାର ବନ୍ଧନ ର ପ୍ରତୀକ।ମୋ ପିତୃଦେବ (ନନା )ସ୍ବର୍ଗତ ସୁଦର୍ଶନ ପାଢୀ ମାର୍ଗଶୀର ଦ୍ବାଦଶୀ ତିଥିରେ ୟହଲୀଳା ସମ୍ବରଣ କରିଥିଲେ। ଅପରପକ୍ଷରେ ନିଜ ପିତାଙ୍କ ସ୍ଵର୍ଗବାସ ତିଥିରେ ଶ୍ରାଦ୍ଧ ଅର୍ପଣ କରିବା ସବୁଠାରୁ ଭଲ।ଏଣୁ ବ୍ରହ୍ମପୁର ଶିଳ୍ପାଞ୍ଚଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ପିଣ୍ଡ ଦାନ କରିବା ସହ ଶ୍ରାଦ୍ଧ କ୍ରିୟା କର୍ମ ମଧ୍ୟାହ୍ନ ଅନ୍ତେ କରିଥିଲୁ। ଏଠାକାର ପରିବେଶ ଅତୀବ ଲୋଭନୀୟ। ସୁନ୍ଦର ବିଶାଳ ନିର୍ମଳ ସରୋବରରେ ଯେଉଁଠାରେ ଅଜସ୍ର ଲୋଭନୀୟ ବିଭିନ୍ନ ପ୍ରକାରର ଓ ରଙ୍ଗର ବିରାଟ ମାଛ ସହ କଚ୍ଛପ ମନ ଆନନ୍ଦରେ ସନ୍ତରଣ କରୁଛନ୍ତି। ପିଣ୍ଡ ଦାନ ପରେ ଏହାର ନୀଳ ନିର୍ମଳ ଜଳରେ ଅଟା ପିଣ୍ଡ ଓ ବିଭିନ୍ନ ରସାଳ ଫଳ କୁ ଯାହା ଶ୍ରାଦ୍ଧ କର୍ମରେ ଲାଗି ହେଉଛି ତାହାକୁ ଜଳରେ ପକାଇବା ମାତ୍ରେ ବଡ ଆଗ୍ରହରେ ଉପରକୁ ଲମ୍ପ ଦେଇ ଖାଇ ଖୁସିରେ ପାଣିରେ ଘୁରି ବୁଲୁଛନ୍ତି।ଏହା ସହ କାଉ ବତକ ବିଚରଣ କରନ୍ତି ଯେଉଁମାନେ ଆନନ୍ଦରେ ପିଣ୍ଡ ଦାନ ପରେ ଯେଉଁ ଖାଦ୍ଯ ଦିଆଯାଏ ତାହାକୁ ସେମାନେ ଶ୍ରଦ୍ଧାର ସହ ଖାଆନ୍ତି।ଏହା ହିଁ ଆମ ଧର୍ମ ପରମ୍ପରା ଅନୁସାରେ ପିତୃପୁରୁଷମାନେ ବିଭିନ୍ନ ରୂପେ ଆମ ପାଖକୁ ଆସି ଗ୍ରହଣ କରିଛନ୍ତି।ମୋ ଧର୍ମପତ୍ନୀ ମୁଁ ପିଣ୍ଡ ଦାନ ପରେ ଜଳରେ ପିଣ୍ଡ ବିସର୍ଜନ କରିବା ସମୟରେ ସେ କାକ ବତକ ମାନଙ୍କୁ ବିଭିନ୍ନ ଖାଦ୍ଯ ସମର୍ପଣ କରିଥିଲେ।ଦେବ ପୁରୁଷ, ଋଷି ଓ ପିତୃପୁରୁଷଙ୍କୁ ଶ୍ରଦ୍ଧା ର ସହ ଅର୍ପଣ କରିବା ସବୁଠାରୁ ଆନନ୍ଦ ଲାଗିଲା। ଏଠାରେ ପିତୃପକ୍ଷ ବା ଅପର ପକ୍ଷ ଶ୍ରାଦ୍ଧ ଅର୍ପଣ କରିବା ସମୟରେ ଆମର ବତ୍ସସ ଗୋତ୍ରର ତିନି ପିଢିଙ୍କୁ ଆବାହନ ସମର୍ପଣ କରିଥିଲୁ।ମୋ ନନା ସ୍ବର୍ଗତ ସୁଦର୍ଶନ ପାଢୀ, ଗୋସାଇଁ ବାପା ସ୍ବର୍ଗତ ଭରତ ପାଢୀ ଓ ପଣି ଗୋସାଇଁ ବାପା ସ୍ବର୍ଗତ ଜଗନ୍ନାଥ ପାଢୀ ଙ୍କ ସହ ମୋ ବୋଉ ସ୍ବର୍ଗୀୟା ଗୌରୀ ପାଢୀ ଗୋସାଇଁ ମାଆ ସ୍ୱର୍ଗୀୟା ଶ୍ରୀମତି ପାଢୀ ଓ ପଣି ଗୋସାଇଁ ମାଆ ସ୍ୱର୍ଗୀୟା ମିଛି ପାଢୀ ଙ୍କୁ ଆନନ୍ଦର ସହ ମନେ ପକେଇ ଶ୍ରାଦ୍ଧ ଅର୍ପଣ କରିଲୁ।ତା ସହ ଆମର ଅଜାଙ୍କ ଲୋମେଶ ଗୋତ୍ରର ଅଜା ସ୍ବର୍ଗତ ଗୋବିନ୍ଦ ପାଣିଗ୍ରାହୀ, ଗୋସାଇଁ ଅଜା ସ୍ବର୍ଗତ ଭାଇଗ ପାଣିଗ୍ରାହୀଙ୍କ ଅଜା ଙ୍କ ନନା ସ୍ବର୍ଗତ ଭଗବାନ ପାଣିଗ୍ରାହୀ ଙ୍କ ସହ ଆଈ ସ୍ବର୍ଗୀୟା ରାହାସ ଦେବୀ ଗୋସାଇଁ ଆଈ ସ୍ବର୍ଗୀୟା ସରସ୍ବତୀ ପାଣିଗ୍ରାହୀ ଓ ପଣି ଆଈ ସ୍ବର୍ଗୀୟା ବାୟାଣୀ ଦେବୀଙ୍କୁ ଅର୍ପଣ କରିଲୁ।ଏହା ସହ ଆମ ବତ୍ସସ ଗୋତ୍ରର ଜ୍ୟେଷ୍ଠ ଭ୍ରାତା ସ୍ବର୍ଗତ ରାମଚନ୍ଦ୍ର ପାତୀ ସ୍ବର୍ଗତ ଶ୍ୟାମସୁନ୍ଦର ପାଢୀ କନିଷ୍ଠ ଭ୍ରାତାଙ୍କ ବାମଦେବ ପାଢୀ ଓ କାମଦେବ ପାଢୀ ଓ ବଡ ଭାଉଜ ସ୍ବର୍ଗତ ବିନୋଦିନୀ ପାଢୀ ଙ୍କୁ ପିଣ୍ଡ ଦାନ କରିଲୁ।ଏହା ସହ ଶ୍ବଶୁର ଭରଦ୍ୱାଜ ଗୋତ୍ର ସ୍ବର୍ଗତ ଶଶୀଭୂଷଣ ପଣ୍ଡା ଙ୍କ ସହ ମାମୁଁ ମାଈ ମାନଙ୍କୁ ତର୍ପଣ ରେ ଜଳ ଦାନ କରି ଆବାହନା କରିଲୁ।ଏହା ହିଁ ପିତୃପକ୍ଷ ଶ୍ରାଦ୍ଧ ର ମହାନ ପର୍ବ।ନୂତନ ପୈତା ପରିଧାନ ପରେ ସୂର୍ଯ୍ୟଙ୍କୁ ନମସ୍କାର କରି ଆବାହନ କରିବା ପରେ ଘରେ ବିରାଜିତ ସମସ୍ତ ଦେବଦେବୀ ଙ୍କ ପୂଜା ଉପାସନା କରିଲୁ। ଶ୍ରାଦ୍ଧ ପୀଠ ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ କାଳିଆ ସାଆନ୍ତ ଜୟ ଜଗନ୍ନାଥ ଙ୍କ ଦର୍ଶନ କରି ପୂଜା ଉପାସନା କରିଲୁ।ଜଳ ତର୍ପଣ ପରେ ଶ୍ରାଦ୍ଧ କର୍ମ ପିଣ୍ଡ ବିସର୍ଜନ କରି ଫେରିଲୁ। ଯାହା ମୋ ନନାଙ୍କ ଶେଷ ନିଃଶ୍ୱାସ ତ୍ୟାଗ ର ସମୟ ମଧ୍ୟାହ୍ନ ଅନ୍ତେ।

ଉପସ୍ଥାପକ : ଶ୍ରୀ ଦାମୋଦର ପାଢ଼ୀ, ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ