ପାଳସାହି ବିଦ୍ୟାଳୟରେ ଗୃହ ଓ ପ୍ରଧାନ ଶିକ୍ଷକ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ : ଗ୍ରାମବାସୀ କଲେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଇଗଣ ବାଡ଼ିଆ ପଞ୍ଚାୟତର ପାଳସାହି ଉନ୍ନୀତ ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟରେ ଅଳ୍ପ ସଂଖ୍ୟକ ବିଦ୍ୟାଳୟ ଗୃହ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ଘଟୁ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଘଟଣାରୁ ଜଣା ପଡିଛି, ଉକ୍ତ ବିଦ୍ୟାଳୟରେ ୮ ଶ୍ରେଣୀରେ ମୋଟ ୨୭୬ ଜଣ ପିଲା ପାଠ ପଢ଼ୁଥିଲା ବେଳେ ଅଳ୍ପ ସଂଖ୍ୟକ ଗୃହ ଥିବାରୁ ସେଠାରେ ଛାତ୍ରଛାତ୍ରୀ ବସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ପ୍ରଧାନ ଶିକ୍ଷକ ନ ଥିବାରୁ ଜଣେ ସହକାରୀ ଶିକ୍ଷକରେ ଚଳୁଛି ପ୍ରଧାନ ଶିକ୍ଷକ ଦାୟିତ୍ୱ, ଯାହାକି ପ୍ରଧାନ ଶିକ୍ଷକ ଥିବା ଶିକ୍ଷକ ଜଣକ ବହୁ ସମୟରେ ଅଫିସ କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଜଣା ପଡିଛି । ତେଣୁ ପାଠ ପଢ଼ାରେ ବ୍ୟାଘାତ ଘଟୁଥିବାରୁ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ତଥା ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ତୁରନ୍ତ ଏକ କୋଠାଘର ନିର୍ମାଣ ଓ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ରିପୋର୍ଟ :  ଭୂପତି କୁମାର ପରିଡା