ଢେଙ୍କାନାଳରେ ପାରାଲିଗାଲ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଢେଙ୍କାନାଳ ଏଡିଆର, ବିଲ୍ଡିଙ୍ଗି ସଭା ଗୃହରେ ଜିଲ୍ଲାରେ ନୂତନ ଭାବେ ମନୋନୀତ ହୋଇଥିବା ପାରାଲିଗାଲ ସ୍ଵେଚ୍ଛାସେବିମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜର ଦୁର୍ବଳ ବର୍ଗ, ଅସହାୟ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଠାରୁ ଅନୁମତି ନେଇ ହାଜତ, ଚିକିତ୍ସାଳୟ, ଗ୍ରାମ ପଞ୍ଚାୟତ କ୍ଲିନିକ ପରିଦର୍ଶନ କରିବେ । ଅନ୍ତେବାସୀ ଏବଂ ରୋଗୀ ମାନଙ୍କୁ କିଭଳି ସେବା ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ତଦାରଖ କରିବେ । ଏଥିପାଇଁ ଆବଶ୍ୟକ ଆଇନ ଗତ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଦୀପ ପ୍ରଜ୍ଜ୍ଵଳନ କରି ତାଲିମ ଶିବିରକୁ ଉଦଘାଟନ କରିଥିଲେ । ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟ ଏବେ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କର ଭୂମିକା ବିଷୟରେ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ, ବିରଞ୍ଚି କୁମାର ରଥ ବୁଝାଇଥିଲେ । ମାନଭଞ୍ଜନ ପ୍ରଧାନ ଢେଙ୍କାନାଳ ଜିଲ୍ଲା ଶର୍ମା ଅଧିକାରୀ, ଶ୍ରମ ଆଇନ ଏବଂ ବିଜୟ ଚନ୍ଦ୍ର ମହାପାତ୍ର, ପ୍ରଧ୍ୟାପକ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ପାରିବାରିକ ହିଂସା ଆଇନ, ଫୌଜଦାରୀ ଓ ଦେୱନି ଆଇନ ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ । ବିଧୁଭୂଷଣ ସାହୁ, ଆଇନଜୀବୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଥିବା ସମୁଖ କାର୍ଯ୍ୟାଳୟର କାର୍ଯ୍ୟ ଓ ଏହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ରେଜିଷ୍ଟାର ସିଭିଲ କୋର୍ଟ, ସଂଜିତ କୁମାର ବେହେରା ଶିଶୁ ଅଧିକାର ଆଇନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ, ପାରାଲିଗାଲ ସ୍ୱେଚ୍ଛାସେବୀଙ୍କୁ ତାଙ୍କର କାର୍ଯ୍ୟ ବିଷୟରେ ବିଷଦ ଭାବରେ ବୁଝାଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ (ଭିଜିଲାନ୍ସ) ପ୍ରତିମା ପଣ୍ଡା, ଦୀପ୍ତି ରଞ୍ଜନ କାନୁନଗୋ ବିଚାରପତି ପରିବାର ଅଦାଲତ, ଅତିରିକ୍ତ ଜିଲ୍ଲା ଜଜ ରାଜା କିଶୋର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଞ୍ଜିତ କୁମାର ବେହେରା, ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନି ଅଦାଲତ (ଏଲ.ଆର.ଓଏଲ.ଟି.ଭି) ବିଚାରପତି ସୁଶୀଲ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଅତିରିକ୍ତ ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଛାୟାକାନ୍ତ ଦାଶ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜଶ୍ରୀ ଆର୍ଯ୍ୟାବାଳା ତ୍ରିପାଠୀ/ନିଶା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଶୁଭମ ପାଣି