ପାରଳାଖେମୁଣ୍ଡି ସହରରେ ‘ଜନତା କର୍ଫ୍ୟୁ’ସମ୍ପୂର୍ଣ ସଫଳ….

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଭାରତରେ ଯେଉଁ ଜନତା କର୍ଫ୍ୟୁ ଜାରୀ ରହିଛି ତାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସହରର କଲେଜ ଛକ, ଦୈନିକ ବଜାର ଏବଂ ସମସ୍ତ ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଛି । ଲୋକେ ସ୍ୱଚ୍ଛାକୃତ ଭାବେ ଘରୁ ବାହାରି ନ ଥିବା ଦେଖିବାକୁ ମିଳିଛି । ସହରଟି ଜନଶୁନ୍ୟ ଦେଖାଯାଉଛି । ସମ୍ପୂର୍ଣ୍ଣ ଭାବେ ଵସ୍ ସେବା, ରେଳ ସେବା ବନ୍ଦ ରହିଛି । ଲୋକେ କରୋନା ପାଇଁ ଏହି ଜନତା କର୍ଫ୍ୟୁକୁ ସମ୍ପୁର୍ଣ୍ଣ ପାଳନ କରିଛନ୍ତି । ପ୍ରଶାସନ ତରଫ ପକ୍ଷରୁ ସମସ୍ତ ଛକ ସ୍ଥାନ ରେ ପୋଲିସ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି । ସେହିପରି ସହରର ସମସ୍ତ ମାଛ, ପନିପରିବାର, ମାଂସ ଦୋଳନ ମଧ୍ୟ ବନ୍ଦ ରହିଛି । ଲୋକେ ସ୍ବେଚ୍ଛାକୃତ ଭାବେ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା