ପାରଳାଖେମୁଣ୍ଡିର ହାଇଟେକ ପ୍ଲାଜା ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ : ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ବିଜୁ ଜନତା ଦଳର ରାମନଗରସ୍ଥିତ ହାଇଟେକ ପ୍ଲାଜାରେ ଥିବା ନିର୍ବାଚନ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଜେପି ଓ କଂଗ୍ରେସ ଦଳରୁ ନବନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଯଥା – ୧. ଶ୍ରୀମତୀ ତବତି ବେହେରା ଦଳାଇ (ସରପଞ୍ଚ ତାବରଡା ପଞ୍ଚାୟତ), ୨. ଶ୍ରୀମତୀ ଅନ୍ନପୂର୍ଣା ପୂଜାରୀ (ସରପଞ୍ଚ କେରଡାଙ୍ଗ ପଞ୍ଚାୟତ), ୩. ସୁଶ୍ରୀ କନ୍ଧୁନୀ ବେହେରା(ସମିତି ସଭ୍ୟ କେରଡାଙ୍ଗ) ୪. ଆଦିକନ୍ଦ ରଇତ ଟାଙ୍ଗିଳି ଗ୍ରାମପଞ୍ଚୟାତ, ୫. ଅଭିମିଏଲ ଗୋମାଙ୍ଗ ସରପଞ୍ଚ ଓ ୬. ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନିର୍ମିୟ ରଇତ, ନୂଆଗଡ ବ୍ଲକରୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ହାଇଟେକ ଅଧ୍ୟକ୍ଷ ଡ଼॰ ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ବରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓ , ବରିଷ୍ଟ ନେତା ଏସ ଗଜପତି ରାଓ ଓ ନୂଆଗଡ ପୂର୍ବତନ ଜିଲ୍ଲା ପରିଷଦ(ବିଜେଡ଼ି) ପ୍ରାଥୀ ଶ୍ରୀ ଯେମସ ରାଇକା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା