ପାରଳାଖେମୁଣ୍ଡିରେ ବିଶ୍ଵ ଫୋଟଗ୍ରାଫି ଦିବସ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ପାରଳା ସହରରେ ବିଶ୍ଵ ଫୋଟଗ୍ରାଫ ଦିବସ ନିରାଡମ୍ବର ଭାବେ ପାଳନ ହୋଇଯାଇଛି । ଏହି ଫୋଟଗ୍ରାଫ ଦିବସରେ ପାରଳାଖେମୁଣ୍ଡିର ସମସ୍ତ ଫୋଟଗ୍ରାଫର ଓ ସଂଘର ସଦସ୍ୟ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଲେପର୍ସି ହସ୍ପିଟାଲରେ ଥିବା ସମସ୍ତଙ୍କୁ ଚାଉଳ, ପନିପରିବା ସହ ବିଭିନ୍ନ ପ୍ରକାର ଫଳମୂଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘର ସଭାପତି ବିଏନ ମିଶ୍ର ତାଙ୍କୁ ସହଯୋଗ କରିଥିଲେ ସଂଘର ସଦସ୍ୟ ଡିଜିପିକ୍ସ ସିବା, ଅମନ, ଡିଲି, ଜଗଦିଶ ପ୍ରମୁଖ ।ଯେହେତୁ କରୋନା ଭାଇରସ ଆତଙ୍କ ଖେଳେଇ ଥିବାରୁ ସମସ୍ତ ସଦସ୍ୟ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ଟିକୁ ସୁଚାର ରୂପେ ତୁଲାଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା