ଚାକିରୀ ଗଲା : ରାଜ୍ୟର ଜ୍ୱାଇଁ ପାଣ୍ଡିଆନବାବୁ ଏବେ ୨ୟ କ୍ଷମତା କେନ୍ଦ୍ର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଇ ଏ ଏସ ଅଫିସର ଭି କେ ପାଣ୍ଡିଆନଙ୍କ ଚାକିରୀ ଆଉ ନାହିଁ । ସେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଆଉ ନାହାନ୍ତି । ବର୍ତ୍ତମାନ ସେ ଖୁଲମ ଖୁଲା ଲଗାମ ଛଡା ହୋଇ ବିଜେଡି ସରକାରର ସଙ୍ଗଠନ କରିବେ । ଅନ୍ୟ ପକ୍ଷରେ ସେ ତାମିଲ ଲୋକ ହେଲେ ବି ଓଡ଼ିଶାର ଜୋଇଁ ପୁଅ । ତେଣୁ ରାଜ୍ୟର ଜ୍ୱାଇଁ ଏବେ ୨ୟ କ୍ଷମତା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ତାଙ୍କୁ ବେଶ ବିଶ୍ୱାସରେ ରଖି ଥିବାରୁ ତାଙ୍କୁ ରାଜ୍ୟରେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ପାଣ୍ଡିଆନ ସକ୍ରିୟ ରାଜନୀତିରେ ସାମିଲ ନହୋଇ ରାଜ୍ୟ ଶାସନର ‘ନମ୍ବର -ଟୁ’ ଭାବେ କାର୍ଯ୍ୟ କରିବେ । କେବଳ ମୁଖ୍ୟମନ୍ତ୍ରୀଙ୍କୁ ହିଁ ରିପୋର୍ଟ କରିବେ । ଗତକାଲି ସରକାରୀ ଚାକିରିରୁ ଅବସର ନେବାପରେ ଆଜି ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଧିବଦ୍ଧ ବିଜ୍ଞପ୍ତିରେ ଏଭଳି ସନ୍ଦେଶ ମିଳିଛି । କେବଳ ସେତିକି ନୁହେଁ, ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ ଉପରେ ଥିବା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ହଟିଛି । ଆଉ ବିରୋଧୀ ଦଳଗୁଡ଼ିକ ଚାକିରି କଥା କହି ତାଙ୍କ ଚାପ ପକାଇପାରିବେ ନାହିଁ କି ସମାଲୋଚନା ମଧ୍ୟ କରିପାରିବେ ନାହିଁ ।ରାଜ୍ୟ ଶାସନର ‘ନମ୍ବର-ଟୁ’ ଭାବେ ଏଣିକି ଆନୁଷ୍ଠାନିକ ଭାବେ ମନ୍ତ୍ରୀ, ମୁଖ୍ୟସଚିବ ଓ ଡିଜିପିଙ୍କଠୁ ଆରମ୍ଭ କରି ସମଗ୍ର ଶାସନ କଳ ତାଙ୍କ ପାଖରେ ହାଜିରା ପକାଇବାକୁ ଏକରକମ ବାଧ୍ୟ ହେବେ ।  ନବୀନ ପଟ୍ଟନାୟକ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଫାଇଭ-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଆଳରେ ତାଙ୍କର ସବୁ ବିଭାଗ ଉପରେ ସୁପର ମିନିଷ୍ଟର ଭଳି ନିୟନ୍ତ୍ରଣ ରହିବ ବୋଲି ପାୱାର କରିଡରରେ ଚର୍ଚ୍ଚା ।ପାଣ୍ଡିଆନ ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ମଧ୍ୟ ପ୍ରଶାସକ ଭାବେ ନିଜର କାର୍ଯ୍ୟ ଜାରି ରଖିବେ । ଫରକ୍ କେବଳ ଏତିକି, ତାଙ୍କ ଉପରେ ଆଉ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ପୂର୍ବରୁ ଅଘୋଷିତ ରାଜ୍ୟ ଶାସନରେ ନବୀନଙ୍କ ପରେ ‘ନମ୍ବର-ଟୁ’ ଭାବେ କାର୍ଯ୍ୟ କରୁଥିଲେ । ଏବେ ପ୍ରତ୍ୟକ୍ଷ ଓ ଆନୁଷ୍ଠାନିକ ଭାବେ ‘ନମ୍ବର-ଟୁ’ ଭଳି କାର୍ଯ୍ୟ କରିବେ । କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ସିଧାଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରି ସେ ସମଗ୍ର ଶାସନ କଳକୁ ନିଜ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ  ରଖିବା ସମ୍ଭବପର ହୋଇପାରିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ଦରମା ଓ ଭତ୍ତା ଆଦି ମିଶାଇ ପ୍ରାୟ ୯୮ହଜାର ଟଙ୍କା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ତେବେ ନିର୍ବାଚନୀ ବର୍ଷରେ ପାଣ୍ଡିଆନଙ୍କୁ ଗତକାଲି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁମତି ମିଳିବା ପରେ ସେ ପ୍ରତ୍ୟକ୍ଷ ରାଜନୀତିକ ଭୂମିକାରେ ରହିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପାଣ୍ଡିଆନ ସକ୍ରିୟ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ନହୋଇ ପୂର୍ବଭଳି ପ୍ରଶାସକ ହୋଇ ରହିବାର ଗଳାବାଟ ଖୋଜି ଯାଇଛନ୍ତି । ଯେଉଁଠି ତାଙ୍କ ଉପରେ କାହାରି ଆଇନଗତ ନିୟନ୍ତ୍ରଣ ରହିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଓ ତାଙ୍କ ଦ୍ୱାରା ସମ୍ପାଦିତ ହେବାକୁ ଥିବା ପ୍ରତ୍ୟେକ ପ୍ରଶାସନିକ ଓ ଉନ୍ନୟନମୂଳକ କାର୍ଯ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବ । ଅର୍ଥାତ୍ ସେ ଯାହା ନିଷ୍ପତ୍ତି ନେବେ ସେସଂକ୍ରାନ୍ତ ଫାଇଲରେ ତାଙ୍କର ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ରହିବ । ତାଙ୍କ ଉପରେ କୌଣସି ଆଇନଗତ ଅଙ୍କୁଶ ରହିବ ନାହିଁ କିମ୍ବା ସେ କାହାରି ପ୍ରତି ଉତ୍ତରଦାୟୀ ରହିବେ ନାହିଁ । କେବଳ ମୁଖ୍ୟମନ୍ତ୍ରୀ ହିଁ ତାଙ୍କ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ମଙ୍ଗଳବାର ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ସେଭଳି ସନ୍ଦେଶ ଦେଉଛି । ବିରୋଧୀ କିମ୍ବା ଅନ୍ୟକେହି ସମାଲୋଚନା କରିପାରିବେ ନାହିଁ । ସାମ୍ବିଧାନିକ ବିଧିବ୍ୟବସ୍ଥାରେ ପାଣ୍ଡିଆନଙ୍କୁ ନବୀନ ନୂଆ ନିଯୁକ୍ତି ଦେଇଛନ୍ତି, ଯାହାକୁ ପରବର୍ତ୍ତୀ ସମୟରେ କ୍ୟାବିନେଟରେ ଅନୁମୋଦନ କରାଇ ନେଇପାରନ୍ତି ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ କାଳ୍ପନିକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଫାଇଭ-ଟି’  ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ପାଣ୍ଡିଆନ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ଏହି ଦୁଇ କାର୍ଯ୍ୟକ୍ରମ କେବଳ କଳ୍ପନାପ୍ରସୂତ ଓ ଏପର୍ଯ୍ୟନ୍ତ ‘ଫାଇଭ-ଟି’ କିମ୍ବା ‘ନବୀନ ଓଡ଼ିଶା’ର କୌଣସି ସେକ୍ସନ ନାହିଁ କିମ୍ବା ବିଭାଗ କି ନିର୍ଦ୍ଦେଶାଳୟ ନାହିଁ । ଶାସନ ଚଳାଇବାର କୌଶଳ ‘ଫାଇଭ-ଟି’କୁ ସବୁ ବିଭାଗରେ କାର୍ଯ୍ୟାନ୍ୱୟନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଏହି ‘ଫାଇଭ-ଟି’ ମାଧ୍ୟମରେ ସବୁ ବିଭାଗ ଉପରେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହିବ ଓ ସେ ସୁପର ମିନିଷ୍ଟର ଭଳି କାର୍ଯ୍ୟ କରିବାର ଆନୁଷ୍ଠାନିକ ଭାବେ ସୁଯୋଗ ପାଇବେ ।ତା’ଛଡ଼ା ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ‘ନବୀନ ଓଡ଼ିଶା’ର ପରିକଳ୍ପନା  କେବଳ ଏକ କଳ୍ପନାପ୍ରସୂତ । ଏଭଳି କାର୍ଯ୍ୟକ୍ରମ କେବଳ ପଂଚାୟତିରାଜ ବିଭାଗ ମଧ୍ୟରେ ସୀମିତ ଥିଲା, ଯାହା ଏବେ ‘ନୂଆ ଓଡ଼ିଶା’ର ସ୍ୱପ୍ନ ଦେଖାଇ ପ୍ରତ୍ୟେକ ବିଭାଗରେ କାର୍ଯ୍ୟକାରୀ ହେବ । ଆଉ ଭବିଷ୍ୟତରେ ଯେଉଁ ସବୁ ଉନ୍ନୟନ କାର୍ଯ୍ୟ କରାଯିବ ତାହା ଫାଇଭ-ଟି ମଡେଲରେ ‘ନବୀନ ଓଡ଼ିଶା’ ପାଇଁ କରାଯିବ ବୋଲି ସନ୍ଦେଶ ଦିଆଯିବ । ଆଉ ପାଣ୍ଡିଆନ ହିଁ ଏସବୁର ସର୍ବମୟକର୍ତ୍ତା ହେବେ ବୋଲି ଚର୍ଚ୍ଚା । ତେବେ ପ୍ରଶ୍ନ ଉଠୁଛି, ପାଣ୍ଡିଆନ ଚାକିରି ଛାଡ଼ିବା ପରେ କାହିଁକି ସକ୍ରିୟ ଓ ପ୍ରତ୍ୟକ୍ଷ ରାଜନୀତିରେ ରହିଲେ ନାହିଁ । ଏଭଳି ପ୍ରଶ୍ନ ମଧ୍ୟ ସ୍ୱାଭାବିକ । ମାତ୍ର ରାଜନୀତିକ ବିଶ୍ଲେଷକଙ୍କ ମତରେ, ପାଣ୍ଡିଆନ ଏବେ ପରଦା ପଛରେ  ବିଜେଡିର ସର୍ବମୟକର୍ତ୍ତା ଭଳି କାର୍ଯ୍ୟ କରୁଛନ୍ତି । ବିଜେଡିରେ ସମସ୍ତ ନିଷ୍ପତ୍ତି ତାଙ୍କର ଓ ନବୀନ କେବଳ ମୋହର ମାରନ୍ତି ବୋଲି ଚର୍ଚ୍ଚା ହୁଏ । ତେଣୁ ସେ ଯେଉଁ ପଦବୀରେ ରହିଲେ ବି ବିଜେଡି ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିପାରିବ । ଏବେ ଯେହେତୁ ସରକାରୀ କଳ ଉପରେ ନିୟନ୍ତ୍ରଣ ଜରୁରୀ ଓ ନବୀନଙ୍କ ପ୍ରତିନିଧି  ଓ ଉତ୍ତରାଧିକାରୀ ଭାବେ ଗୋଟିଏ ଚେହେରାର ଆବଶ୍ୟକତା ଥିଲା । ସେଥିପାଇଁ କେନ୍ଦ୍ର ସରକାରଙ୍କ ଶୃଙ୍ଖଳାରୁ ବାହାରିବା ନିମନ୍ତେ ପାଣ୍ଡିଆନ ଚାକିରି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି ।ରାଜ୍ୟ ଶାସନରେ ଏବେ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟସଚିବ, ଡିଜିପି ଓ ବିଭିନ୍ନ ବିଭାଗର ସଚିବମାନେ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ କରିବାକୁ ବାଧ୍ୟ ହେବେ । ଯଦିଓ ଏବେବି ପରଦା ପଛରେ ସେମାନେ ପାଣ୍ଡିଆନଙ୍କୁ ରିପୋର୍ଟ କରୁଛନ୍ତି କିନ୍ତୁ ଏଣିକି ପ୍ରତ୍ୟକ୍ଷ  ଓ ଆଇନଗତ ଭାବେ କରିବେ । ତାଙ୍କଠୁ ବରିଷ୍ଠ ଆଇଏଏସ୍ ଅଧିକାରୀମାନେ ଅନେକ ସମୟରେ ପାଣ୍ଡିଆନଙ୍କୁ ‘ବସ୍‌’ ଭାବେ ଗ୍ରହଣ କରିବାରେ ପ୍ରଶାସନିକ ବାଧା ରହୁଥିଲା । ଯାହା ଏବେ ଦୂର ହୋଇପାରିଛି । ନବୀନଙ୍କ ପରେ ରାଜ୍ୟ ଶାସନରେ ଦ୍ୱିତୀୟ ବ୍ୟକ୍ତି ଭାବେ ପାଣ୍ଡିଆନ ସମସ୍ତ ସରକାରୀ ନିର୍ଦ୍ଦେଶ ଓ ନିଷ୍ପତ୍ତି ନେଇପାରିବେ । ଆଉ ତାଙ୍କ ନିର୍ଦ୍ଦେଶ ଆଧାରରେ ବି ଆଇନଗତ ଭାବେ ରାଜ୍ୟ ପ୍ରଶାସନ କାର୍ଯ୍ୟ କରିବାକୁ ଏକରକମ ବାଧ୍ୟ ହେବେ ବୋଲି ଜଣାପଡ଼ିଛି ।ଅବଶ୍ୟ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ହିଁ ପାଣ୍ଡିଆନଙ୍କ ପ୍ରକୃତ ଭୂମିକା କ’ଣ ରହିବ ତାହା ସ୍ପଷ୍ଟ ହୋଇପାରିବ । କିନ୍ତୁ ତା’ପୂର୍ବରୁ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିକ ଭୂମିକାରେ ରହି ବିଜେଡି ପାଇଁ କୌଣସି ସଙ୍କଟର କାରଣ ହେବେନି ବୋଲି ଏବେଠୁ ସ୍ପଷ୍ଟ ହୋଇଛି । ଅନ୍ୟ ପକ୍ଷରେ ପାଣ୍ଡିଆନଙ୍କ ଭି ଆର ଏସ ଗୃହୀତ ଖବର ଶୁଣି ମୁଖମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଅନେକଙ୍କ ପ୍ରତିକ୍ରିୟା ମଧ୍ୟରୁ ବରିଷ୍ଠ ନେତା ପୂର୍ବତନ ହିଞ୍ଜିଳି ପୌର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ସ୍ୱାଇଁ ଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଅଣ ଓଡିଆ ଜଣଙ୍କ ମୁଖ୍ୟମନ୍ତ୍ରୀ ନ ହେଉଣୁ ଓଡିଶା ସରକାରଙ୍କୁ ଦରକାର ପଡୁଥିବା ଛୁଞ୍ଛି ଠାରୁ ଆରମ୍ଭ କରି ବିଜେଡି ଦଳର ପୋଷ୍ଟର ଫ୍ଳାସ ବେନର ହୋର୍ଡିଙ୍ଗ ଆଦି ସବୁ ତାମିଲନାଡ଼ୁ ବ୍ୟବସାୟଙ୍କ ପାଖରୁ ଆସୁଛି । ଏହା ସହ ଓଡିଶା ସରକାରଙ୍କର ଉନ୍ନୟନ ମୂଳକ ଠିକା କାମ ଓଡିଆ ମାନଙ୍କ ବଦଳରେ ତାମିଲିଅନ୍ ଠିକାଦାରମାନେ ନିୟୋଜିତ ହୋଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି ପୁଣି ୧୫ ମାସରେ ଶେଷ କଲେ ଭୁଷୁଡି ଯାଉଛି । ଟାଟା ପାୱାର କମ୍ପାନୀ ନାଁରେ ଓଡିଶାରେ ବିଦ୍ୟୁତ ବେପାର କରି ଓଡିଶା ବାସୀଙ୍କୁ ବିଭିନ୍ନ ବାଟରେ ଲୁଟୁଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବହୁ ମୂଲ୍ୟର ଗୋଚର ଜମି ନେଇ ପରିବାର ବର୍ଗଙ୍କ ପାଇଁ “ଶଙ୍କର ନେତ୍ରାଳୟ” ସ୍ଥାପନା କରି ଚକ୍ଷୁରୋଗୀମାନଙ୍କ ଠାରୁ ଅଧିକ ଫିଜ୍ ଆଦାୟ କରି ଲୁଟିବାରେ ଅବହେଳା କରୁ ନାହାଁନ୍ତି । ଏବେ ତ ମୁଖ୍ୟମନ୍ତ୍ରୀ ନ ହେଉଣୁ ଏମିତି ଲୁଟିଲୁଟି ଓଡିଶାର ଖଣି ଖାଦାନ ଲିଙ୍ଗରାଜଙ୍କ ଜମିକୁ ତାମିଲିଅନ୍ ପ୍ରଭାକରନ ମାଧ୍ୟମରେ ଖୋଳ କରି ସାଲେଣି । ଏବେ ଦ୍ଵିତୀୟ କ୍ଷମତା କେନ୍ଦ୍ର ହେଲେ ଓଡିଶାକୁ ନେଇ ତାମିଲନାଡ଼ୁରେ ମିଶେଇ ଦେବେ ? ନହେଲେ ବିକି ଦେବେ? ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।

ହିଞ୍ଜିଳିକାଟୁ ପୌର ପରିଷଦର ପୂର୍ବତନ ଉପ ନଗରପାଳ ତଥା ବରିଷ୍ଠ ନେତା ବୁଦ୍ଧିଜୀବୀ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ