ପାଣି ସ୍ରୋତରେ ଭାସି ମୃତ୍ୟୁ ବରଣ କରିଥିବା ମିନକେତନ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତା ରାଶି ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇ ଡିଆଁ ଶଙ୍ଖ ପାଣି ସ୍ରୋତରେ ଭାସି ମୃତ୍ୟୁ ବରଣ କରିଥିବା ଛତ୍ରପୁର ଦେବୀନଗର ଅଞ୍ଚଳର ସ୍ୱର୍ଗତ ମିନକେତନ ମହାରଣା ପରିବାରକୁ ରେଡକ୍ରସ ପକ୍ଷରୁ ସହୟତା ପ୍ରଦାନ କରିଛି ଜିଲା ପ୍ରଶାସନ । ଆଜି ଛତ୍ରପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଅମିନ ତପନ ଦାଶ, ସୁପରଭାଇଜର ଜି.ହରିକିଷ୍ଣା ପ୍ରମୁଖ ମୃତକଙ୍କ ବାସଭବନରେ ପହଞ୍ଚି ତାଙ୍କ ମା ନର୍ମଦା ମହାରଣାଙ୍କୁ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଗାମି ଦିନରେ ପାଣିରେ ବୁଡି ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପରିବାର ବର୍ଗକୁ କହିଥିଲେ । ସୂଚନା ଯେ, ଅଗଷ୍ଟ ୯ ତାରିଖରେ ମିନକେତନ ସମେତ ୫ରୁ ୬ ଜଣ ସାଙ୍ଗ ମିଶି ଛତ୍ରପୁର ବ୍ଲକ ପୋଟଲାମପୁର ପଚାଂୟତ ଅଧିନ ସରଭିମପୁର ଗ୍ରାମ ନିକଟରେ ଥିବା ଡିଆଁ ଶଙ୍ଖକୁ ବୁଲିବାକୁ ଯାଇ ସେଠାରେ ଗାଧୋଉ ଥିଲେ । ପାଣି ସ୍ରୋତ ଅଧିକ ଥିବାରୁ ପାଣିରେ ମିନକେତନ ଭାସି ଯାଇଥିଲେ । ୧୧ ତାରିଖରେ ବଡଶଙ୍ଖରୁ ମୃତ୍ୟୁ ଦେହ ଉଦ୍ଧାର ହୋଇଥିଲା । ମିନକତେନ ଛତ୍ରପୁର ଡିଆରଡିଏ କାର୍ଯ୍ୟାଳୟରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା