ପାଣିରୁ ସୋଲ ସାଉଁଟୁଥିବା କୋଲକତାର ଯୁବକ ବିଦ୍ୟୁତ୍ ଆଘାତରେ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶୁକ୍ରବାର ସକାଳେ କୋଲକତାର ୩ଜଣ ଯୁବକ ଆସି ଏ ଅଂଚଳରୁ ଚାଷଜମିରୁ ସୋଲ ସାଉଁଟୁଥିବା ବେଳେ ପାଣିଭିତରେ ପଡିରହିଥିବା ବିଦ୍ୟୁତ୍‌ତାର ସଂସ୍ପର୍ଷରେ ଆସି ଜଣକର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ କୋଲକତାର କୋଲାଘାଟ (ଭାପୁର) ଅଂଚଳର ସେକ୍ ଅବଦୁଲ ହାଏ ନେତୃତ୍ୱରେ ସେକ୍ ଇବ୍ରାହିମ୍ ଓ ସେକ୍ ଅନୁୟାର ୩ଜଣ ଆସି ଅନ୍ୟଦିନପରି ଜଳେଶ୍ୱରର ଶିଖରପୁର ଅଂଚଳରୁ ପଡିଆ ଜମି ଓ ପୋଖରୀରୁ ସୋଲ ଗଛ ସାଉଁଟିଥାନ୍ତି । ଆଜି ମଧ୍ୟ ଏପରି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏକ ପୋଖରୀ ନିକଟରେଥିବା ବଡ ବଡ ସୋଲ ଗଛ ସଂଗ୍ରହ ବେଳେ ଅବଦୁଲ ହାଏ (୫୫)ର ବାଭଗୋଡ ଆଣ୍ଠୁ ନିକଟରେ ବିଦ୍ୟୁତ୍‌ତାର ସଂସ୍ପଷ୍‌ର୍ରେ ଆସିବାରୁ ସେ ସେଠାରେ ଟଳି ପଡିଥିଲେ । ତାଙ୍କ ଗୋଡର ଆଣ୍ଠୁ ନିକଟରେ ପୋଡି ଯାଇଛି । ପୁଲିସ୍ ଖବର ପାଇ ଶବ ବ୍ୟବଚ୍ଛେଦ କରିଥିବା ଜଣାଯାଇଛି । ଏତେ ତଳକୁ ବିଦ୍ୟୁତ୍‌ତାର କିପରି ଆସିଲା ଓ ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।