ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ : ଉପାନ୍ତରେ ୬ ମଦ ଦୋକାନ ଓ ରାସ୍ତା ସିଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପଶ୍ଚିମବଙ୍ଗର-ଓଡିଶା ଉପାନ୍ତରେ ଥିବା ସମସ୍ତ ମଦଦୋକାନ ଏବଂ ମୁଖ୍ୟ ରାସ୍ତାଗୁଡିକୁ ସିଲ କରାଯାଇଛି । ନିର୍ବାଚନ ଜନିତ ଅପରାଧିକରଣ କମାଇବା, ଭୋଟରଙ୍କୁ ପ୍ରଭାବିତ କରିବା, ହିଂସା ଓ ଅର୍ଥ ପ୍ରଲୋଭନକୁ ଲକ୍ଷ୍ୟ କରି ବାଲେଶ୍ୱର ଓ ପଶ୍ଚିମମେଦିନୀପୁର ଜିଲା ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ଯୋଗୁଁ ପରିସ୍ଥିତି ଅଶାନ୍ତ ଓ ଉତ୍ତେଜନାପୂର୍ଣ୍ଣ ଥିବାରୁ ଓଡିଶା ପଟେ ପୋଲିସ ଓ ପ୍ରଶାସନ ସଜାଗ ରହିଛି । ଗତ ୩ ଦିନ ଧରି ଜଳେଶ୍ୱରର ଶାନ୍ତିବାର, ନୂଆବଜାର, ଲକ୍ଷ୍ମଣନାଥ, ଜଳେଶ୍ୱର-୧, ରାଇବଣିଆ ଓ ପଶ୍ଚିମବାର୍ଡର ସରକାରୀ ମଦଦୋକାନକୁ ତହସିଲଦାର ଓ ଅବକାରୀ ବିଭାଗ ମିଳିତ ଭାବେ ବନ୍ଦ କରିଛନ୍ତି । ସେହିପରି ଜଳେଶ୍ୱର ବ୍ଳକକୁ ଲାଗି ରହିଥିବା ପଶ୍ଚିମବଙ୍ଗର ୩ଟି ନିର୍ବାଚନ ମଣ୍ଡଳିର ରାସ୍ତା ଗୁଡିକୁ ସିଲ କରାଯାଇଥିବା ସୂଚନା ମିଳିଛି । ରାଜନଗର-ବେଲମୂଳା (ସଦରଘାଟ), ମାକିଡିଆ-ଲଳିତାପୁର, ଚୁଡାମଣିପୁର-ଗୋପିନାଥପୁର, କୁଅଁରପୁର-ଘୋଳେଇ, ଦକ୍ଷିଣପ୍ରହରାଜପୁର-ସୁନାକଣିଆ, ଜଳେଶ୍ୱର-ସୁନାକଣିଆ (ଓଟି ରୋଡ), ୬୦ ନମ୍ବର ଜାତୀୟ ରାଜପଥ, ଆମ୍ବଳିଅଠା-ସୁଲପଟା, ଆମ୍ବଳିଅଠା-ଜେନାଦୀଘି, ସୁଗୋ-ମାଟିପୁରା, ନେତୁଆ-ଧୋଇପଡା ମୁଖ୍ୟ ରାସ୍ତା ଗୁଡିକୁ ପୁଲିସ୍ ସିଲ କରିଛି । କେବଳ ଏତିକି ନୁହେଁ ସନ୍ଦେହଯୁକ୍ତ ବାଇକ୍ ଗୁଡିକୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।