ପଶ୍ଚିମବଙ୍ଗରୁ ଓଡିଶାକୁ ବ୍ୟାପକ ଚୋରାମଦ ଚାଲାଣ : ୮ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବକାରୀ ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶରେ ଏବଂ ଭୋଗରାଇ ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଳେଶ୍ୱର ଥାନାର ଗୋପ, ବିରେଶପୁର, ଜଳେଶ୍ୱରପୁର, ଲକ୍ଷ୍ମଣନାଥ, ଡିଙ୍ଗାଶୋଳ, ବଙ୍ଗା, ପଞ୍ଚୁଘଣ୍ଟା ଏବଂ କମର୍ଦ୍ଦା ଥାନାର ପୁଟିଣା ଓ କମର୍ଦ୍ଦା ଅଞ୍ଚଳରେ ଚଢାଉ କରାଯାଇଥିଲା । ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ୟାପକ ଦେଶୀ, ବିଦେଶୀ ଚୋରାମଦ ଏହି ଅଞ୍ଚଳକୁ ପ୍ରବେଶ କରୁଥିବା ଅବକାରୀ ସୁପରିଟେଣ୍ଡେଣ୍ଟ ଜାଣିବା ପରେ ଏକ ନିର୍ଦ୍ଦେଶନାମା ଜାରି କରିଥିଳେ । ଆଜି ମୋଟ ୫୩ଲି ଦେଶୀ ମହୁଲି, ୪.୫ଲି. ପଶ୍ଚିମବଂଗ ମାର୍କା ବିଦେଶୀ ମଦ ଓ ୪.୫ଲି ଅନ୍ୟ ବେଆଇନ୍ ମଦ ଜବତ୍ କରାଯାଇଛି । ଜଳେଶ୍ୱର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର ବେହେରା, ଭୋଗରାଇର ଜୟନ୍ତି ଆଚାର୍ଯ୍ୟ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଗୋପର ପରେଶ ରାଉଳ, ଜଳେଶ୍ୱର ପୁରର ଦୁବାଇ କିସ୍କୁ, ଲକ୍ଷ୍ମଣନାଥର ସୋମବାରୀ ସିଂ, ପଞ୍ଚିଘଣ୍ଟାର ସୋମବାରୀ ସିଂ(ଖ), ବଙ୍ଗାର ସୀତାଟୁଡୁ, ପୁଟିଣାର ଖଗେନ୍ଦ୍ର ନାୟକ, ବିରେନ୍ଦ୍ର ନାୟକ, ବେଣୁଧର ନାୟକଙ୍କୁ ଗିରଫ କରି ଚାଲାଣ କରାଯାଇଛି । ଏହି ଚଢାଉରେ ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ୱାଇଁ, କୁମୁଦିନ ସ, ରାଜୀବ ଭଞ୍ଜଙ୍କ ସହିତ ଏପିଆର୍ ଫୋର୍ସ ସାମିଲ ଥିଲେ ।