ପଶ୍ଚିମବଙ୍ଗକୁ ଚାଲାଣବେଳେ ୨ଟି ଯାନ ଜବତ୍ ସହ ଚୋରା ଧାନ ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ଖରିଫ ଧାନ ଆପେକ୍ସ କିଣିବାରେ ସମର୍ଥ ହେଉନଥିବାରୁ ଚାଷୀମାନେ ଅଭାବୀ ଧାନ ବିକ୍ରୀପାଇଁ ବାଧ୍ୟ ହେଉଛନ୍ତି । ଫଳରେ ବାଲେଶ୍ୱର ଜିଲାର ଉତ୍ତରାଞ୍ଚଳ ଉପାନ୍ତ ଅଂଚଳରୁ ପ୍ରତିଦିନ ପଶ୍ଚିମବଂଗକୁ ଚୋରାରେ ଧାନ ଚାଲାଣ ହୋଇ ଆସୁଛି । ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଭୋଗରାଇରୁ ଫେରୁଥିବା ବେଳେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ଠାରେ ୨ଟି ଯାନରେ ଧାନ ଭର୍ତ୍ତୀ ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ତାଙ୍କ ନଜରକୁ ଆସିଥିଲା । ଫଳରେ ୨ଟି ଯାନରେ ଥିବା ୬୬ କ୍ୟୁ ଣ୍ଟାଲ ୬୦କି.ଗ୍ରା ଧାନ ସହିତ ଏକ ଟ୍ରାକ୍‌ଟର ଓ ପିକ୍‌ଅପ୍ ଜବତ୍ ହୋଇଛି । ଉପଜିଲାପାଳ ଶ୍ରୀ ମହାପାତ୍ରଙ୍କୁ ଦେଖି ପିକ୍‌ଅପ ଗାଡିର ଡ୍ରାଇଭର ଦୌଡି ପଳାଇଯିବା ଯୋଗ ଅଧିକ ସନ୍ଦେହ ଘନିଭୂତ ହୋଇଥିଲା । ତେଣୁ ସେ ସେଠାରେ ଅପେକ୍ଷା କରିବା ଫଳରେ ଅନ୍ୟଏକ ଟ୍ରାକ୍ଟର ମଧ୍ୟ ପଶ୍ଚିମବଙ୍ଗକୁ ତାଙ୍କ ନଜରକୁ ଆସିଥିଲା । ୨ଟି ଗାଡିକୁ ଅଟକାଇ ଜଳେଶ୍ୱର ପୋଲିସ୍‌କୁ ଖବର ଦେବାରେ ତାକହାକୁ ଜବତ୍ କରାଯାଇଥିଲା । ଓଆର୍‌୦୧ଏ୭୬୧୨ ଟ୍ରାକ୍ଟର ଓ ଓଡି୦୧କ୍ୟୁ୨୪୫୭ ପିକ୍‌ଅପ୍‌ରେ ଏହି ଧାନ ଯାଉଥିବା ବେଳେ ନାମ୍ପୋ ଫାଣ୍ଡିରେ ଅଟକ ରଖାଯାଇଥିଲା । ଆଶ୍କର୍ଯ୍ୟ କଥା ଏହି ୨ଟି ଗାଡି ଧାନର ଦାବିଦାର ନାହାନ୍ତି । ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ୱରର ଏସିଏସ୍‌ଓ ଅନାଦି ଚରଣ ସେଠୀ ଜଳେଶ୍ୱର ପୌରାଞ୍ଚଳ ଏସିଏସ୍‌ଓ ପ୍ରଫୁଲ୍ଲ କୁମାର ନାୟକ, ନୀଳଗିରିର ଇନସ୍‌ପେକ୍ଟର ସୁଶୀଲ କୁମାର ଜେନା, ଜଳେଶ୍ୱରର ଏମ୍‌ଆଇ ସାଗରିକା ରାଉତରାୟ ଏହାକୁ ଜବତ୍ କରିବା ସହ ଧାନ ସବୁ ନିକଟସ୍ଥ ଜ୍ୟୋତଜଙ୍ଗମ ସେବା ସମବାୟ ସମିତିରେ ଜମା ରଖିଛନ୍ତି । ଗାଡି ୨ଟିକୁ ପୋଲିସ୍ ଜୀମାରେ ଅଟକ ରଖାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା