ପରଲୋକରେ ବରିଷ୍ଠ ସଙ୍ଗୀତଜ୍ଞ ଦ୍ୱାରିକା ନାଥ ଘଡେଇ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅତି ପରିଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ ଦ୍ବାରିକା ନାଥ ଘଡେଇଙ୍କ ଗତ ଗୁରୁବାର ଦିନ ୬୫ ବର୍ଷ ବୟସରେ ବ୍ରହ୍ମପୁର ବଡଡାକ୍ତରଖାନାରେ ପରଲୋକ ଘଟିଯାଇଛି । ମୁତୃ ଶଯ୍ୟା ନିକଟରେ ତାଙ୍କ ପୁତ୍ର ସୁନିଲ, କନ୍ୟା କଳ୍ପନା ଓ ଅର୍ଚ୍ଚନାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ସେ ବଡ଼ ମେଡିକାଲରେ ଜଣେ କର୍ମଚାରୀ ଭାବେ କାମ କରି ଅବସର ନେଇଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସେ ଜଣେ ବନ୍ଧୁ ପ୍ରେମୀ, ମିଷ୍ଟ ଭାସି ଓ ପରୋପକାରୀ ବ୍ୟକ୍ତି ଥିଲେ । ଘଡଘଡି ସାର ବୋଲି ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବହୁ ଶିଷ୍ୟ ଛାତ୍ରଛାତ୍ରୀ, ବନ୍ଧୁବର୍ଗ ଓ ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।