ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ଏକାଦଶାହ ପାଳନ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରର ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଷ୍ଠାନ “ଘୁମୁସରର ସ୍ୱର” ପକ୍ଷରୁ ଏକ ସ୍ମୃତି ସଭା ଗୁରୁବାର ଦିନ ପ୍ରତିଷ୍ଠାନର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୂରତା ବଜାୟ ସହ କୋଭିଡ ନିୟମ ଅନୁସାରେ ଘୁମୁସରର ସ୍ୱର ସଂଗଠନର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶ୍ରୀ ପଣ୍ଡା “ଘୁମୁସ ର ସ୍ୱର”ର ସ୍ଥାୟୀ ସଦସ୍ୟ, ଧର୍ମ ଜାଗରଣ ସମିତିର ପ୍ରତିଷ୍ଠାତା ସଦସ୍ୟ, ପଣ୍ଡିତ ପୁରୋହିତ ସମ୍ମିଳନୀର ସଭାପତି, ଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା, ବାଲିପଦର କଲେଜ କମିଟି ସଦସ୍ୟ, ମକର ଯାତ୍ରାର ଉଦ୍ଦଘୋଷକ ପ୍ରଭୃତିର ସଦସ୍ୟ ଭାବେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ । ଏହି ସ୍ମୃତି ସଭାରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ଜି.ସଞ୍ଜୀବ କୁମାର ପାତ୍ର, ରତ୍ନାକର ମହାରଣା, ଖଲି ପରିଡା ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା