ପଣ୍ଡିତ ଦିବାକର ପାଠୀଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ସୁ ଶିକ୍ଷକ ବିଦ୍ୟାଳୟର ଚାରି କାନ୍ଥ ମଧ୍ୟରେ ସୁ-ଛାତ୍ର ଗଠନ କରିବାରେ ସମର୍ଥ, ଏଥିଲାଗି ଶିକ୍ଷକଙ୍କର ମାନସିକତା, କର୍ତ୍ତବ୍ୟବୋଧତା, ଓ ଏକ ମାଟି ପିଣ୍ଡୁଳାକୁ ଜୀବନ୍ୟାସ ଦେବାର ଇଚ୍ଛାଶକ୍ତି ରହିବା ଆବଶ୍ୟକ ବୋଲି ଆଜି ଜଳେଶ୍ୱର ହାଇସ୍କୁଲର ପୂର୍ବତନ ପଣ୍ଡିତ ଦିବାକର ପାଠୀଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଉତ୍ତର ବାଲେଶ୍ୱରରେ ଅନ୍ୟତମ ପୁରତନ ଜଳେଶ୍ୱର ହାଇସ୍କୁଲ ଏବେବି ବନ୍ଦନୀୟ ହୋଇ ଆସୁଛି । ପାଖାପାଖି କୌଣସି ବିଦ୍ୟାଳୟରେ ଛାତ୍ରାବାସ ନ ଥିବା ବେଳେ ଏହି ବିଦ୍ୟାଳୟର ବୀଣାପାଣି ଛାତ୍ରାବାସର ପୂର୍ବତନ ସୁପରିଟେଣ୍ଡେଣ୍ଟ ଦିବାକର ପାଠୀଙ୍କ ୧୬ତମ ଶ୍ରଦ୍ଧବାର୍ଷିକୀ ଗ୍ରାମଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିଷଦର ସଭାପତି ଶରତ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱର୍ଗତ ପାଠୀଙ୍କ ଛାତ୍ର ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ସ୍ୱର୍ଗତ ପାଠୀଙ୍କ ଜୀବନାଦର୍ଶ ଓ ଜଣେ ଶିକ୍ଷକ ଗୁରୁପଦବାଚ୍ୟ ହେବାପାଇଁ ତାଙ୍କର ଏକାନ୍ତିକ ସାଧନ ପ୍ରୟୋଗ କରିଥିବା ସଂପର୍କରେ କହିବା ସହିତ ସେ ଦିନର ଗୁରୁବତ୍ସଳ ଛାତ୍ର ଓ ଆଜିର ଛାତ୍ର ମଧ୍ୟରେ ରହୁଥିବା ବେକେତ ପାର୍ଥକ୍ୟ ବର୍ଣ୍ଡନା କରିଥିଲେ । ଡ. ମନ୍ମଥ କୁମାର କୁଣ୍ଡୁ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ସ୍ୱର୍ଗତ ଦିବାକର ପାଠୀଙ୍କର ପିତୃବତ୍ସଳତା ଓ ଛାତ୍ରମାନଙ୍କୁ ଗଠନ କରିବାରେ କିପରି ବ୍ରତୀ ଥିଲେ ଏବଂ ପ୍ରତ୍ସାହନ ଯୋଗାଉଥିଲେ ସେ ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଡ. ବଳରାମ ମିଶ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ ଓ ସମ୍ମାନୀତ ବକ୍ତଭାବେ ବାର୍ର ସଭାପତି ଚିନ୍ମୟ କୁମାର ଦାସ ଯୋଗ ଦେଇ ଜଣେ ଶିକ୍ଷକର ଗୁଣବତ୍ତା ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭାତ ହୋଇଥାଏ ବୋଲି କହିଥିଲେ । ଏହି ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ନବକୁମାର ଦାସ, ଡ. ଗୋପାଳ ଚନ୍ଦ୍ର ନନ୍ଦୀ, ଶ୍ରୀହରି ଚରଣ ପଟ୍ଟନାୟକ, ବିଷ୍ଣୁପଦ ମହାନ୍ତି, ଲଳିତ ମୋହନ ସେନାପତି, ଅମୂଲ୍ୟ କୁମାର ବିଶ୍ୱାଳ, ଡ. ରମାକାନ୍ତ ଭଂଜ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସହିତ ସ୍ୱର୍ଗତ ପାଠୀଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ କହିଥିଲେ । ସ୍ୱପର୍ଗତ ପାଠୀଙ୍କର ସୁପୁତ୍ର ତଥା ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଠୀ ସ୍ୱାଗତ ଅଭିଭାଷଣ ଓ ତାଙ୍କ ବାକା ତଥା ଗୁରୁଙ୍କର ପ୍ରତିଭା ସଂପର୍କରେ କହିଥିଲେ । ଏହି ଅବସରରେ ସ୍ମରଣୀକା ଦିବ୍ୟ ଦିବାକର ଉନ୍ମୋଚନ ହୋଇଥିଲା ।ଶେଷରେ ତାଙ୍କର କନିଷ୍ଠ ପୁତ୍ର ଅଜୟ କୁମାର ପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଜଳେଶ୍ୱର ହାଇସ୍କୁଲର ଛାତୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଗିରିଶ ଚନ୍ଦ୍ର ପାଣିଗ୍ରାହୀ ବେଦପାଠ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା