ନେହୁରୁଙ୍କ ଯୋଗୁଁ ଆଜି ଦେଶରେ ଜଣେ ଚା’ ବେପାରୀ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଜବାହାରଲାଲ ନେହୁରୁଙ୍କ ଯୋଗୁଁ ଭାରତବର୍ଷରେ ଜଣେ ସାଧାରଣ ଚା’ ବେପାରୀ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ବୋଲି ଆଜି କଂଗ୍ରେସ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି ।ଆଜି ନେହୁରୁଜୀଙ୍କ ଜନ୍ମଦିନରେ ଏକ ସଭାରେ ଉଦବୋଧନ ଦେବାବେଳେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଭାବେ ଜଣେ ସାଧାରଣ ଲୋକ ମଧ୍ୟ ପଦବୀ ଅକ୍ତିଆର କରିପାରିବ । ଏ ହେଉଛି ପ୍ରକୃତ ଗଣତନ୍ତ୍ର । ଏଭଳି ଗଣତନ୍ତ୍ରକୁ ନେହୁରୁଜୀ  ଗଠନ କରିଥିଲେ ବୋଲି ଥରୁର କହିଛନ୍ତି ।