ନେସ୍କୋ ପାୱାର ଏମ୍ପେ୍ଲାୟିଜ୍ ୟୁନିଅନର ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଲାଗି ନେସ୍କୋ ପାୱାର ଏମ୍ପୋୟିଜ୍ ୟୁନିଅନର ଲଢି ଆସୁଥିବା ବେଳେ ଏବେ ଟାଟା ପାୱାର କମ୍ପାନୀ ସମୟରେ ମଧ୍ୟ ସମସ୍ତ କର୍ମଚାରୀଙ୍କୁ ନ୍ୟାୟ ଦିଆଯାଇ ପାରିବ ବୋଲି ଆଜି ଆୟୋଜିତ ସଭାରେ ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକ କହିଛନ୍ତି । ଏକତା ଓ ସଂହତି ବଳରେ ସଂଗଠନ ସମସ୍ତ ରାଜ୍ୟରେ ଶ୍ରେଷ୍ଠ ହୋଇ ପାରିଥିବା ବେଳେ ଏବେ ମଧ୍ୟ ସେହିସ୍ଥାନ ବଜାଇ ରଖିଥିବା ବେଳେ ଏବେ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛି ବୋଲି ନେତୃମଣ୍ଡଳି କହିଛନ୍ତି । ରାଇବଣିଆର ହାତୀଗଡସ୍ଥିତ ବିଦ୍ୟୁତ୍‌ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ସୁଧିର କୁମାର ମହାନ୍ତି ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଏଥିରେ ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକ ୧୯୭୮ ମସିହାରେ ପ୍ରତିଷ୍ଠାଲାଭ କରିଥିବା ଏହି ସଂଗଠନ ବିଭିନ୍ନ ସଂଗ୍ରାମ କରି ସଂଗଠନକୁ ମଜବୁତ୍ କରିପାରିଥିବା ବେଳେ ଆଜିବି ଟାଟା ପାୱାର କମ୍ପାନୀର କାର୍ଯ୍ୟକାଳ ବେଳେ ସମସ୍ତଙ୍କ ନାର୍ଯ୍ୟଦାବି ହାସଲ ଲାଗି ଚେଷ୍ଟିତ ବୋଲି କହିଥିଲେ । ଶିଳ୍ପ ତାଲିମକେନ୍ଦ୍ର ଓ ସ୍ନାତକ ପାସ୍ କରି ଯୋଗ ଦେଇଥିବା ଯୁବକ ଯୁତୀ ମଧ୍ୟ ନ୍ୟାୟ ପାଇବାଲାଗି ଏହି ସଂଗଠନ ଲଢିବବୋଲି କହିବା ସହିତ ସଂଗଠନ ପକ୍ଷରୁ କମ୍ପାନୀକୁ ଦିଆଯାଇଥିବା ଦାବି ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଶାଙ୍କ ଶେଖର ବେହେରା, ଭରତ ଚନ୍ଦ୍ର ସେଠୀ, ବୃନ୍ଦାବନ ମହାନ୍ତି, ନିଗମାନନ୍ଦ ମହାନ୍ତି, ପ୍ରଶାନ୍ତ ମହାନ୍ତି, ସପନ ଦାସ, ଦେବାଶିଷ ପଣ୍ଡା, ଶତୃଘ୍ନ ପ୍ରଧାନ, ରାଜଗୋପାଳ ଓଝା, ନିମାଇଁ ପରିଡା ପ୍ରମୁଖ ଯୋଗ ଦେଇ ସାଂଗଠନିକ ଶକ୍ତିବୃଦ୍‌ି ସଂପର୍କରେ ମତ ରଖିବା ସହିତ ଅନ୍ୟ ସଂଗଠନ ଠାରୁ ଏହି ସଂଗଠନ ଅଧିକ ଦୃଢ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ ମହାନ୍ତି, ବିକ୍ରମ ଦାସ, ପରେଶ ଗିରି ପ୍ରମୁଖ ବହୁ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା