ନେସ୍କୋର ବିଦ୍ୟୁତ୍ ଶୁଳ୍କକୁ ବିରୋଧ କରି ଗଣଧାରଣା ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୬ ମସିହାର ବିମୁଦ୍ରାୟନ, ପରବର୍ତ୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ୨୦୨୦ ମସିହାରେ କୋଭିଦ୍‌-୧୯ ପରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଚାଷୀମାନେ ଅଧିକ ଦୁର୍ବଳ ହୋଇଛନ୍ତି । ମଧ୍ୟମ ଶିଳ୍ପାନୁଷ୍ଠାନ ଗୁଡିକର ଆର୍ଥିକ ସ୍ଥିତି ମଧ୍ୟ ଭାଂଗି ପଡିଛି । ଏପରିସ୍ଥଳେ ର‌୍ୟାର ବିଦ୍ୟୁତ୍ ନିୟାମକଆୟୋଗ ବିଦ୍ୟାତ୍ ଦେୟ ବୃଦ୍ଧି ଘଟାଇ ଚାଲିଛି । ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା ଗତ ନଭେମ୍ବର ମାସରେ ୨୦ ପଇସା ଓ ଏବେ ୩୦ ପଇସା ବୃଦ୍ଧି କରିଥିବାରୁ ସମଗ୍ରରାଜ୍ୟରେ ବିରୋଧାଭାଷ ଦେଖା ଦେଇଛି । ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ଶୁଳ୍ପ, ବିଦ୍ୟୁତ୍‌କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ଉପଭୋକ୍ତ ୟୁନିଟ୍ ପ୍ରତି ୫ଟଙ୍କା ୬୦ପଇସା, ୪ଶହ ୟୁନିଟ୍ ବ୍ୟବହାରକାରୀ ୬ଟଙ୍କା ୨୦ପଇସା ଦେଉଛନ୍ତି । ତେଣୁ ଏହାର ଜନସାଧାରଣଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସହିବାକୁ ପଡୁଥିବାରୁ ବର୍ଦ୍ଧିତ ବିଦ୍ୟୁତ୍ ପ୍ରତ୍ୟାହାର କରାଯାଉ ବୋଲି କଂଗ୍ରେସ ପକ୍ଷରୁ ନେସ୍କୋ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ କଂଗ୍ରେସ କର୍ମୀମାନେ ପ୍ରକାଶ କରିଛନ୍ତି । ଏଥିରେ ବ୍ଳକ ସଭାପତି ରାଜୀବ ପରିଡା, ନଗର ସଭାପତି ଗିରିଜା ଦାସ, କିଷାନ ସଭାପତି ସୁଦାମ ପାତ୍ର, ଜଗଦୀଶ ନନ୍ଦି, ସବ୍ୟସାଚୀ ଦାସ, ନୟନ ପାଠୀ, ଦିଲ୍ଲିପ ଜେନା, ରାମଚନ୍ଦ୍ର ସିଟ୍‌, ସନ୍ଦିପ ଜେନା, ରବିନ୍ଦ୍ର ଦତ୍ତ, ସରୋଜ ଦାସ ଓ ଚିତ୍ତ ରଂଜନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ଗଣଆନ୍ଦୋଳନ ସହିତ ଏକ ସ୍ମାରକ ପ୍ରଦାନ କରାଯାଇଛି । ସେହିପରି ବରିଷ୍ଠ ନାଗରିକ ମଂଚ ଓ ବିଦ୍ୟୁତ୍ ଉପଭୋକ୍ତା ମଂଚ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ୍ ମୂଲ୍ୟକୁ ବିରୋଧ କରାଯାଇ ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ଟାଟାକୁ ଅଧିକ ଲାଭ ଦେବା ପାଇଁ ଅଇଆର୍‌ସି ଦ୍ୱାରା ଯେପରି ପରିକଳ୍ପନା କରାଯାଇଛି ବାସ୍ତବିକ ତାହା ନିନ୍ଦନୀୟ ବୋଲି ଶଶାଂକ ସେଖର ମହାନ୍ତି, ଦିପ୍ତିମାନ ଆଚାର୍ଯ୍ୟ, ଭାସ୍କର ମିଶ୍ର, ସୀତାଶୁଂ ସେନାପତି, ଦିଲ୍ଲିପ ଗିରି, ଶରତ ଚନ୍ଦ୍ର ପରିଡା, ଅରଉଣ କୁମାର ବେଜ, ସେକ୍ ଅବଦୁଲ ରହିମ, ରବିନ୍ଦ୍ର ସେନାପତି, ରବିନ୍ଦ୍ର ବାରିକ, ସୁନିଲ ନାୟକ, ସୁନିଲ ଗିରି, ଶ୍ରୀମନ୍ତ ଘୋଷ, ଅଜୟ ପଲେଇ, ମିନତି ବାରିକ, ହିମାଂଶୁ ଆଚାର୍ଯ୍ୟ, ସେକ୍ ସାଦ୍ଦିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ ସହିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ବାହୀଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।