ନୂତନ ଥାନା ଉଦଘାଟନ କଲେ ପୋଲିସ ଡିଜିପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଜିଲ୍ଲା ପୋଲିସର ଫାଣ୍ଡି ସମତେ ଗୋଷଣିନୂଆଗାଁ ଥାନାର ନୂତନ କୋଠାର ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ରହିଥିଲେ । ବିଭିନ୍ନ ସମୟରେ ଥାନାର ଥିବା ପୁରୁଣା କୋଠାରେ ସ୍ଥାନ ଅଭାବରୁ କର୍ମଚାରୀଙ୍କ କାଯ୍ୟରେ କରିବାରେ ସମସ୍ୟା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏକ କୋଟି ୮୯ ଲକ୍ଷ ୩୮ହଜାରରେ ନିର୍ମିତ ଏକ କୋଠା ନିର୍ମାଣ ହୋଇଥିଲା । ଆଜି ଶ୍ରୀ ଅଭୟ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନାରେ ପହଞ୍ଚି ପୋଲିସ କର୍ମଚାରୀଙ୍କ ସମେତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।  ନିର୍ମିତ ନୂତନ କୋଠା ଉଦଘାଟନ ପରେ ଡିଜି ବ୍ରହ୍ମପୁର ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ନିକଟରେ ଘଟିଥିବା ଏଟିମ୍ ଟଙ୍କା ଭର୍ତି ଗାଡ଼ିରୁ ଲୁଟ ଘଟଣାରେ ପୋଲିସକୁ ମିଳିଥିବା ସଫଳତାକୁ ନେଇ ବେଶ୍ ପ୍ରଶଂସା କରିଥିଲେ । ନୂତନ ଭାବେ ନିର୍ମିତ ହୋଇଥିବା ଥାନା କୋଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଅତି ସୁନ୍ଦର ଭାବେ ହୋଇଥିବାରୁ ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ସାଧୁବାଦ ଜଣାଇଛନ୍ତି ପୋଲିସ ଡିଜିପି । ବ୍ରହ୍ମପୁର ଏହାସହ ରାଜ୍ୟରେ ମାଓବାଦୀ ମାନେ ମାଓ କାର୍ଯ୍ୟକୁ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀମାନଙ୍କ ସଂଖ୍ୟା କମି ଆସିଲାଣି ଓ ଗକ କିଛି ଦିନ ମଧ୍ୟରେ ବହୁ ମାଓବାଦୀ ମାନେ ଆତ୍ମସର୍ମପଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଗୋଷାଣୀନୂଆଗାଁ ଥାନାର ନୂତନ କୋଠାର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଓ ବ୍ରହ୍ମପୁର ବିଧାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ସ୍ବାଗତ କରିଛନ୍ତି । ଏହା ପରେ ପୁଲିସ ଡିଜି ଗୋପାଳପୁର ଥାନା ଅଧୀନରେ ରହିଥିବା ଭଞ୍ଜବିହାରୀ ଫାଣ୍ଡିର ଉଦଘାଟନ ନିମନ୍ତେ ବାହାରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ୍ ମିଶ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତ ରାୟ, ପି. କେ. ମିଶ୍ର, ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଘୋଷାଣିନୁଆଁ ଗାଁ ଥାନା ଅଧିକାରୀ ସୁମିତ ସୋରେନ, ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି, ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ, ବ୍ରହ୍ମପୁର ପୋଲିସ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ସଭାପତି କାଳୀଷଡ଼ଙ୍ଗୀ, ସମ୍ପାଦକ କେ.ଶ୍ରୀନିବାସ ପାତ୍ରଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦୁଇ କୋଟିରେ ନିର୍ମିତ ହୋଇଥିବା କୋଠା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଓଏସ ଆରାମ ପାଇଁ ନାହିଁ । ଏହି କୋଠା ସର୍ବସାଧାରଣଙ୍କ ସେବା ପାଇଁ ଦୁଇ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ସେଥିପାଇଁ ଆମେ କ୍ରାଇମ୍ କଣ୍ଟ୍ରଲରେ ଅଧିକରୁ ଅଧିକ ଗୁରୁତ୍ୱ ଦେବା ଏବଂ ଏଠାକୁ ଆସୁଥିବା ଲୋକେ ଯିମିତି ଭଲ ସୁବିଧା ପାଇବେ ତାଙ୍କର ଯିମିତି କିଛି ଏଠାରେ ସମସ୍ୟା ରହିବନି ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।

ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା