ନୂତନ ଡିପିସି ବିନିତା ସେନାପତିଙ୍କ ଦାୟିତ୍ୱ ଗ୍ରହଣ ….

ଛତ୍ରପୁର(ସମୃଦ୍ଧ ଓଡିଶା ) ଗଞ୍ଜାମ ଜିଲ୍ଲାର ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭାବେ (ଡ଼ିପିସି ) ବିନିତା ସେନାପତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ଦାୟିତ୍ୱରେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଥିଲେ 
। ଆଜି ସେ ଦାୟିତ୍ୱ ବିନିତା ସେନାପତିଙ୍କୁ ହସ୍ତାନ୍ତର କରିଛନ୍ତି ।ନୂତନ ଭାବେ ଯୋଗ ଦେଇଥିବା ପ୍ରକଳ୍ପ ସଂଯୋଜକ ବିନିତା ସେନାପତିଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଜିଲ୍ଲା ଦିବ୍ୟାଙ୍ଗ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅର୍ଥ ପରାମର୍ଶ ଦାତା ମଧୁସୁଦନ ପରିଡ଼ା, ମୁଖ୍ୟ ଯନ୍ତ୍ରୀ ମନୋଜ ବେହେରା, ସାବିତ୍ରୀବାଳା ଦାଶ, ଡ଼. ସନ୍ତୋଷ କୁମାର ପଣ୍ଡାଙ୍କ ସମେତ କାର୍ଯ୍ୟାଳୟର ବହୁ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା