ନୂଆ ବର୍ଷକୁ ଧୁମଧାମରେ ସ୍ୱାଗତ କଲେ ବ୍ରହ୍ମପୁରବାସୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆ ବର୍ଷର ପ୍ରଥମ ଦିନକୁ ସ୍ୱାଗତ କରିବାରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସୋମବାର ରାତିରୁ ହିଁ ଧୁମଧାମରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ନାଚ ଗୀତ ସହ ସାଙ୍ଗସାଥିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଖାଦ୍ୟ ପାନୀୟର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ଜିରୋ ନାଇଟ ସୋମବାର ପଡିଥିବା ଯୋଗୁଁ ସବୁଆଡେ ନିରାମିଷ ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ଚଳିତ ବର୍ଷ ଭିନ୍ନ ପ୍ରକାରର କେକ ପ୍ରସ୍ତୁତି କରାଯାଇଥିଲା । ଏହି ଅବସରରେ କେକ ଓ ଫୁଲ ଦୋକାନ ମାନଙ୍କରେ ବହୁ ଭିଡ ଦେଖିବାକୁ ମିଳିଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା