ନୂଆଁ-ଓ’କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵଓଡିଆଭାଷାସମ୍ମିଳନୀର ଆୟୋଜନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)’ନୂଆ – ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପେକ୍ଷୀରେ ଓଡ଼ିଆ ସାହିତ୍ୟ ପ୍ରିଯୋଗୀତା ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁରେ ଆରମ୍ଭ ହୋଇଥିଲା ଚଳିତ ମାସ ୧୧ ତାରିଖରେ ଏବଂ ଏହା ଅହରହ ସାତଦିନ ବ୍ୟାପି ଚାଲିଥିଲା | ଏହି ସାତ ଦିନ ମଧ୍ୟରେ ଉଚ୍ଚାମାଧ୍ୟମିକ ସ୍ତରରେ ୧୨ ଗୋଟି ଏବଂ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ମଧ୍ୟ ୧୨ ଗୋଟି ପ୍ରତିଯୋଗିତା ହୋଇଥିଲା | ଏହି ପ୍ରତିଯୋଗିତାମାନ ସଠିକ୍ ଭାବରେ ସମାପ୍ତ ହୋଇ ଆଜି ତାହାର ଉଦଯାପନ ଦିବସ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାବିଧ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଖାଡ଼ଙ୍ଗା, ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଫେସର ବିଷ୍ଣୁ ଚୌଧୁରୀ, ସମ୍ମାନୀତ ଅତିଥି ପ୍ରଫେସର ଡ.ରମେଶ ଚୌଧୁରୀ ଓ ସମ୍ମାନୀତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡୁରା କଲେଜ ପ୍ରଫେସର ଡ. ବନମାଳୀ ପାଣିଗ୍ରାହୀ ମଞ୍ଚ ଉଦଘାଟନ କରିଥିଲେ | ଉଦଘାଟନ ସମୟରେ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ. କେଶବ ଷଡ଼ଙ୍ଗୀ, ନୋଡ଼ାଲ ଅଫିସର ଜଗନାଥ ମହାପାତ୍ର, ଅଧ୍ୟାପକ ଅନିଲ୍ ପାତ୍ର, ଅଧ୍ୟାପକ ରାଧାମାଧବ ମହାପାତ୍ର, ଅଧ୍ୟାପକ ସୁଦର୍ଶନ ରଇତ, ଡ. ବବିତା ପାତ୍ର, ଭାରତୀ ବାଳା ସାହୁ, ସୋନାଲି ବାରିକ ଇତ୍ୟାଦି ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ | ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ନୋଡ଼ାଲ ଅଫିସର ଏବଂ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅତିଥିମାନେ ନିଜେ ନିଜର ବକ୍ତବ୍ୟ ପ୍ରଦାନ କରି ଏହି + 2, +3 ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ.ସୁଦର୍ଶନ ରାଇତା ଏବଂ ଅଧ୍ୟାପକ ରାଧାମାଧବ ମହାପାତ୍ର ପରିଚାଳନା କରିଥିଲେ | ସର୍ବଶେଷରେ ଅଧ୍ୟାପକ ଅନିଲ୍ ପାତ୍ର ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ଓ ଅଧ୍ୟାପିକା ଭାରତୀ ବାଳା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯଥା – ରାସାୟନିକ ବିଜ୍ଞାନର ଅଧ୍ୟାପକ ନୀଳଗିରି ଦାସ, ସୁଧୀର ପାଣିଗ୍ରାହୀ, ସୁରଜ ସାହୁ, ଡ.ବବିତା ପାତ୍ର, ଜୁଗୁନ ମାଳବିଶୋଇ, ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ରବୀଣ, ଧୀରେନ, ପୂର୍ଣ୍ଣ, ଶଙ୍କର, କାହ୍ନୁ ପାତ୍ର, ଆକାଶ, କାହ୍ନା, ସୁବୁଦ୍ଧି ସୁନାମ, ଶ୍ରୀୟା, ନନ୍ଦିତା, ପ୍ରିୟମ୍ବଦା ପାଢ଼ୀ, ଶୁଭଶ୍ରୀ ସୌରା, ପୂଜା ବଡତ୍ୟା, ଦୀପା ବାରିକ, |

ରିପୋର୍ଟ : ରଜତ ପଟ୍ଟନାୟକ