ନୀଳମାଧବ ଫାଉଣ୍ଡେସନ ପକ୍ଷରୁ ‘ ମେରି ମାଟି ମେରା ଦେଶ ’ ପାଳିତ

ସୋରଡ଼ା(ସମୃଦ୍ଧଓଡିଶା) ସହୀଦ ହୋଇଥିବା ଭାରତୀୟ ସୈନିକଙ୍କ ଉଦ୍ଧେଶ୍ୟରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ସୋରଡ଼ା ବ୍ଲକ୍ ର ପଦ୍ମପୁର ଗ୍ରାମରେ ନୀଳମାଧବ ଫାଉଣ୍ଡେସନ ଦ୍ବାରା ନେହୁରୁ ଯୁବ କେନ୍ଦ୍ର ଗଞ୍ଜାମ ୟୁଥ୍ କ୍ଲବ୍ ଙ୍କ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଏନ୍.ନୀଳମାଧବ ପାତ୍ର ଉଦଘାଟନ କରିବା ସହ ପ୍ରତ୍ୟେକ ଗ୍ରାମାଞ୍ଚଳରୁ ପବିତ୍ର ମାଟିକୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟ ସହୀଦ ଯବାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଥିବା ଅମୃତ ବାଟିକା ପାଇଁ ପଠାଯିବ । ଦେଶସେବାରେ ବଳିଷ୍ଠ ଅବଦାନ ସେମାନଙ୍କୁ ଙ୍କୁ ଆଜି ବି ଆମେ ସ୍ମରଣ କରିରଖିଛେ । ତେଣୁ ଆମର ସାମାଜିକ ଦାୟିତ୍ଵ ବିଷୟରେ ଅବଗତ ହୋଇ ସକ୍ଷମତା ଅନୁଯାୟୀ ଆମ କର୍ତ୍ତବ୍ୟ କୁ ନିହାତି ନିଭାଇବା ବୋଲି ମତ ରଖିଥିଲେ । ଏଥିସହ ଶିକ୍ଷକ ସାଗର ସାହୁ, ସଲିଲ ଚୌଧୁରୀ, ଲଳିତ ମେହେର ସହ ଗ୍ରାମର ୩୦ ରୁ ଅଧିକ ବ୍ୟକ୍ତିବିଶେଷଙ୍କ ଠାରୁ ମୃତ୍ତିକା ସଂଗ୍ରହ କରାଯିବା ସହିତ ଆମେ ସବୁ ଭାରତୀୟ ବୋଲି ଗର୍ବ କରିବା ସହ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଢେର୍ ସମ୍ମାନ ଜଣାଇବା ଦରକାର ବୋଲି ଗ୍ରାମବାସୀ କହିଥିଲେ । ଏଥିରେ ଉପାଧ୍ୟକ୍ଷ ଏନ୍.ଭାଲୁ ପାତ୍ର, ଯୁଗ୍ମ ସାଧାରଣ ସମ୍ପାଦିକା ଭାବେ ସ୍ଥାନୀୟ ଆଶାକର୍ମୀ ଏନ୍.ଶାନ୍ତି ପାତ୍ର ଓ ଉପଦେଷ୍ଟା ମଣ୍ଡଳୀ ଜିତେନ୍ଦ୍ର ଗୌଡ଼, ଏନ୍.ଝୁନୁ ପାତ୍ର, ବଳରାମ ଗୌଡ଼, ପୁଷ୍ପ ବାଡତ୍ୟା, ଲିପିରାଣୀ ବେହେରା ଆଦି ବହୁ ଶିକ୍ଷିତ ଯୁବକ ଯୁବତୀ ପରିଚାଳନା ସହଯୋଗ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଏନ୍.କାମରାଜୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ