ନିଶା ନିବାରଣ ପାଇଁ ମେ ଆଈ ହେଲ୍ପ ୟୁ ମୋ ପରିବାରର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ବର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ମେ ଆଈ ହେଲ୍ପ ୟୁ ମୋ ପରିବାର” ତରଫରୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ପାଇଁ ଏକ ଜନ ସଚେତନତା ପଦଯାତ୍ରା ଜଳେଶ୍ୱର ରେଲୱେ ଷ୍ଟେସନ ଠାରୁ ବାହାରି ଜଳେଶ୍ୱର ଜି.କେ. ଭଟ୍ଟର ହସ୍ପିଟାଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି । ଏହି କାଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଜଳେଶ୍ୱର ଯେପରି ବାରମ୍ବାର ଜହର ଧରା ପଡୁଛି ମାଦକ ସେବନ ବଢ଼ିବାରେ ଲାଗିଛି, ଏହା ଜଳେଶ୍ୱର ଯୁବକ ମାନଙ୍କୁ ନିଶା ଦ୍ୱାରା ତାଙ୍କ ଜୀବନ ସହିତ ତାଙ୍କ ପରିବାରକୁ ନଷ୍ଟ କରୁଅଛି । ଅନେକ ପ୍ରଚେଷ୍ଟା ପରେ ମଧ୍ୟ୍ୟ ଜଳେଶ୍ୱର ପୋଲିସ ଏହା ରୋକିବାରେ ବିଫଳ ହୋଇଅଛି । ସାମାଜିକ ସଂଗଠନ ବାରମ୍ବାର ନିଶା, ସ୍ୱଚ୍ଛତା, ଜରୁରୀ କାଳୀନ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଆସୁଅଛି । ଜଳେଶ୍ୱର ଏହି ନିଶା ଜନ ସଚେତନତା କାଯ୍ୟକ୍ରମରେ ଜଳେଶ୍ୱର ଅନେକ ବୁଦ୍ଧିଜୀବି ମିଡ଼ିଆସେଲର ବନ୍ଧୁମାନେ ଏହାକୁ ସମର୍ଥନ କରିଥିଲେ ବୋଲି ମେ ଆଈ ହେଲ୍ପ ୟୁ ସାମାଜିକ ସଂଗଠନର ସଭାପତି ଜଗନ୍ନାଥ ପରିଡା କହିଛନ୍ତି । ସଂଗଠନ ତରଫରୁ ସମ୍ପାଦକ ରମେଶ ଜେନା ସହ ସମ୍ପାଦକ ସଞ୍ଜୀବ ପାତ୍ର ଉପ ସଭାପତି ସତ୍ୟବ୍ରତ ପ୍ରମାଣିକ, ଉପଦେଷ୍ଟା ନରହରି ବେହେରା, ମନୋରଞ୍ଜନ ପ୍ରଧାନ, ଜ୍ୟୋସ୍ନାରାଣୀ ମହାନ୍ତି, ଗୀତାରାଣୀ ଦାସ, ସୁଷମା ପ୍ରଧାନ, ତୋଫାନ ଆଚାର୍ଯ୍ୟ, ଆଶୁତୋଷ ଜେନା, ଜୟଦେବ ସାମଲ, ଚିନ୍ମୟ ବେହେରା, ରଞ୍ଜନ ପାତ୍ର, ଏଲେନ ଘୋଷ, ଏସ.କେ ଆବେଦ, ଶୁଚିସ୍ମିତା ପ୍ରଧାନ, ଦେବସ୍ମିତା ପ୍ରଧାନ, ରଞ୍ଜିତା ରାଉଳ, କାନନବାଳା ଜେନା, ଦେବବ୍ରତ ପଣ୍ଡା, କିଶୋର ସାହୁ, ଏହି ସଚେତନତା ରାଲିରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ମେ ଆଈ ହେଲ୍ପ ୟୁ ସାମାଜିକ ସଂଗଠନକୁ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଜନ ସାଧାରଣ ନିବେଦନ କରିଥିବା ସଭାପତି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା