ନିର୍ମାଣ ହେବ ମା’ ମହାକାଳୀଙ୍କ ୯ ଫୁଟ ଉଚ୍ଚ କଳା ମୁଗୁନି ପଥରର ପ୍ରତିମା : ମହାନ ସଙ୍ଘ ସଭାପତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଐତିହ୍ୟ ,ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ନିକଟରେ ମହାମୟୀ ମା ମହାକାଳୀଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରାଯିବା ସହ ୯ ଫୁଟ ଉଚ୍ଚ କଳା ମୁଗୁନିପଥରରେ ମା’ଙ୍କ ପ୍ରତିମା ବିଜେ କରାଯିବା ସହ ଏକ ପର୍ଯ୍ୟଟସ୍ଥଳୀ କ୍ଷେତ୍ର ସୃଷ୍ଟି କରାଯିବା ପରିକଳ୍ପନା ନେଇ ପ୍ରଥମ ପ୍ରସ୍ତୁତି ବୈଠକ ସନ୍ତୋଷୀମା ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ପବିତ୍ର ନବରାତ୍ରି ଆରମ୍ଭ ଅବସରରେ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ମନ୍ଦିର ନିମନ୍ତେ ଏକ ବିଶାଳ ଜାଗା ନିରୂପଣ ଓ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯିବା ନେଇ ଆଲୋଚନା ହୋଇଥିଲା । ମହାନ ସଂଘ ଓ ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ସହଯୋଗରେ ୧୦୮ ଇଞ୍ଚ ତଥା ୯ ଫୁଟ ଉଚ୍ଚର କଳମୁଗୁନି ପଥରର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଇଛନ୍ତି । ବୈଠକରେ ଶ୍ରୀ ସଞ୍ଜୟ ମାଝୀ, ଭି ରବିକୁମାର ଗୁପ୍ତା, ସସ୍ମିତା ସାହୁ, ପ୍ରଫୁଲ ଦାସ, ରାଜେନ୍ଦ୍ର ପଣ୍ଡା, ସତ୍ୟା ନାରାୟଣ ପଣ୍ଡା, ଦେବଦତ୍ତ ମିଶ୍ର, ବଳରାମ ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା, ପ୍ରକାଶ ଭଜନି, ତପନ ମିଶ୍ର, ସିମାଞ୍ଚଳ ପାଣିଗ୍ରାହୀ, ଡି ପର୍ଶୁରାମ, ଜିତେନ୍ଦ୍ର ପାତ୍ର, ପ୍ରସନ୍ନ କୁମାର ଛୋଟରାୟ, ସୁଦାମ ବେହେରା, ବିଶ୍ଵ ଦେବ , ଶ୍ରୀକାନ୍ତ ସାବତ ପ୍ରମୁଖ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଦସ୍ୟ ଅଂଶଗ୍ରହଣ କରିଥିଲେ। ମା ମହାକାଳୀ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଏ ଦିଗରେ ସହଯୋଗ ଓ ମତାମତ ନିମନ୍ତେ ମହାନସଂଘ ହିଲ୍ ପାଟଣା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ନିମନ୍ତେ ଶ୍ରୀ ସାବତ ଅନୁରୋଧ କରିଛନ୍ତି ।