ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଗଞ୍ଜାମ ସହରାଞ୍ଚଳରେ ମା’ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ସ୍ଥିତ ୧୨ ନମ୍ବର ୱାର୍ଡରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ କୋଭିଡ ନିୟମାନୁଯାୟୀ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାଗା ପଣ୍ଡାଙ୍କ ତତ୍ୱାବଧାନରେ ମା’ଙ୍କ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୁଜାର୍ଚନା କରାଯାଇଥିଲା । ସେହିପରି ବଡ ବଜାର ବଣିକ ସଂଘ ପକ୍ଷରୁ ବଡବଜାର ଠାରେ ମଧ୍ୟ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । କୋଭିଡ କଟକଣା ଯୋଗୁଁ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରିବା ଲାଗି ବାରଣ କରାଯାଇଥିବାରୁ କୌଣସି ଜାଗାରେ ମଧ୍ୟ ଭିଡ଼ ଜମି ନ ଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା