ନିଗମାନନ୍ଦ ହାଇସ୍କୁଲରେ ଅନିୟମିତତା ଅଭିଯୋଗ : ବିଇଓଙ୍କ ତଦନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ସମ୍ପତ୍ତିଆ ସ୍ଥିତ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର କେତେକ ଅନିୟମିତତାର ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ପରିଚାଳନା କମିଟିର ବିନା ପରାମର୍ଶରେ ବିଦ୍ୟାଳୟ ପରିସରରୁ କେତେକ ଗଛକାଟି ବିକ୍ରି କରିଥିବା ଓ କେତେକ ପୁରୁଣା ସରଞ୍ଜାମ ବିକ୍ରି କରିଥିବା ନେଇ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ପରିଚାଳନା କମିଟିର ଉପସଭାପତି ଚନ୍ଦନ ସତପଥି, ସ୍ନେହଲତା କାମିଳା, ଜୀବନ ପରିଡା, ସୁଶାନ୍ତ କାମିଳା, କନିକା ପରିଡା, ନିରାଶୟ ବେହେରା ଓ ଦୀପ୍ତିମାନ ଆଚାର୍ଯ୍ୟ ପ୍ରମୁଖ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଖିତଭାବେ ଜଣାଇଥିଲେ । ଆଜି ଜିଲାଶିକ୍ଷାଧିକାରୀଙ୍କ ଚିଠି ନଂ ୩୪୦୧ ତା ୧୪-୧୧-୨୨ ଅନୁଯାୟୀ ଜଳେଶ୍ୱର ବିଇଓ ଲଲାଟେନ୍ଦୁ ଜେନା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । କେତେକ ଭଂଗା ସରଞ୍ଜାମ କୋବାଡିଆକୁ ବିକ୍ରି ହୋଇଥିବା କୁହାଯାଇଥିବା ବେଳେ କାଠ ଗଣ୍ଡି ଗୁଡିକ ସଂପର୍କରେ ବିଭିନ୍ନ ମତପ୍ରକାଶ ପାଇଛି । କିନ୍ତୁ ପରିଚାଳନା କମିଟି ଏହାର ବିଧିବଦ୍ଧ ତଦନ୍ତ ଦାବି କରିଥିବା ବେଳେ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା । ଏ ସଂପର୍କରେ ପ୍ରଧାନ ଶିକ୍ଷକ ବିଦ୍ୟାପତି ଦେଙ୍କ ମତାମତ ଲୋଡିବାରୁ ବିଦ୍ୟାଳୟଟି ୫ଟିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟକରଣ ଲାଗି ଗଛ ଗୁଡିକୁ କଟାଯାଇଥିବା କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା