ନର୍ସିଂ ଛାତ୍ରୀଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚାଞ୍ଚଲ୍ୟ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହଙ୍କ ମୃତ ଦେହ ମିଳିବାରୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଛାତ୍ରୀ ଜଣଙ୍କ ନର୍ସିଂ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ମେଡିକାଲ କଲେଜ ହଷ୍ଟେଲରେ ଥିବା ତାଙ୍କ ବନ୍ଧୁକଙ୍କ ବାଥରୁମରୁ ମିଳିଥିବା ସୂଚନା ମିଳିଛି । ପୋଲିସ୍‌ ସୂତ୍ରରୁ ପ୍ରକାଶ ଯେ ମୃତ ଛାତ୍ରୀଙ୍କ ଘର ଉତ୍ତର ଦିନାଜପୁର ଜିଲ୍ଲାରେ। ସେ ସକାଳୁ ସମୟରୁ ହିଁ ନିଖୋଜ ଥିଲେ। ତାଙ୍କ ସାଙ୍ଗମାନେ ଖୋଜା ଖୋଜି କରି ହଷ୍ଟେଲ ରୁମକୁ ଆସିଥିଲେ। ଏହି ସମୟରେ ବାଥରୁମ ଭିତର ପଟୁ ବନ୍ଧ ଥିବା ସେମାନେ ଦେଖିବାକୁ ପାଇଥିଲେ।ସେମାନେ କବାଟ ଭାଙ୍ଗିଲା ବେଳକୁ ଛାତ୍ର ଜଣଙ୍କ କପଡ଼ା ଝୁଲା ଯାଉଥିବା ହାଙ୍ଗରରେ ବେଡଶିଟ୍‌ ବାନ୍ଧି ଝୁଲନ୍ତା ଅବସ୍ଥାରେ ରହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ତାଙ୍କ ଶରୀରରେ କୌଣସି ପ୍ରକାରର କ୍ଷିତ ଚିହ୍ନ ମଧ୍ୟ ମିଳି ନଥିବା ପୋଲିସ୍‌ କହିଛି।