ନରେନ୍ଦ୍ରପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ହେରଫେର ଧରାପଡିଲା…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ରରେ କେନ୍ଦ୍ର ସରକାର ଲକଡାଉନ ଯୋଗୁଁ ପ୍ରତ୍ୟେକ ଗରିବ ପରିବାରକୁ ଏକ କିଲୋ ଡାଲି ଓ ସଦସ୍ୟ ପିଛା ୫ କେଜି ଚାଉଳ ୩ ମାସ ପର୍ଯ୍ୟନ୍ତ ମାଗଣାରେ ଦେବା ପାଇଁ ଘୋଷଣା କରିଥିବା ବେଳେ ଜିଲ୍ଲା ଗୁଡିକୁ କମ ସଂଖ୍ୟକ ଚାଉଳ ଓ ଡାଲି ଆସୁଥିବା ଅଭିଯୋଗ ହେଉଛି । ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକ ମୁତାବକ ଡାଲି କିମ୍ବା ଚାଉଳ ଯୋଗା ଯାଇ ପାରୁ ନ ଥିବା ଶୁଣିବାକୁ ମିଳୁଛି । ତାଜା ଖବର ଅନୁଯାୟୀ ଛତ୍ରପୁର ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ସାଧାରଣ ବଣ୍ଟନ ପାଇଁ ଆସିଥିବା ଡାଲିରେ ୨୦୦ରୁ ୩୦୦ ଗ୍ରାମ କମୁଥିବାର ଖାଉଟି ମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଜ୍ଞାତ ସାରରେ ଏପରି ଘଟୁଥିବା ଅଭିଯୋଗ ହେଉଥିବା ବେଳେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଆଗରୁ ଅନେକ ଥର ଖାଉଟି ମାନଙ୍କୁ ସାମଗ୍ରୀ ଦେଲା ବେଳେ ଓଜନରେ କମ ଦିଆଯାଉଥିବା ଅଭିଯୋଗ ହେଉଥିଲେ ହେଁ ଆଜି ପ୍ରମାଣ ସହିତ ଧରା ପଡିଲେ କହିବାକୁ ଗଲେ ଚୋର ରାତି ସବୁବେଳେ ଅନ୍ଧାର ନୁହେଁ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା