ନଭେମ୍ବର ୭ ରୂଷ୍ ବିପ୍ଳବ ବାର୍ଷିକୀ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସମଗ୍ର ମାନବ ଜାତିର ନଭେମ୍ବର ୭ ରୂଷ୍ ବିପ୍ଳବ ଅଟେ । ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା। ଯେଉଁଠି ନିୟୁତ ନିୟୁତ ଶ୍ରମିକ କୃଷକ ମେହେନତି ମଣିଷ ବଞ୍ଚିବାର ଅଧିକାର ପାଇବା ସହ ରାଜନୈତିକ ଅଧିକାର ପାଇଥିଲେ । ରୂଷ୍ ବିପ୍ଳବ ଯୋଗୁଁ ସମଗ୍ର ବିଶ୍ଵର ଶୋଷିତ ବଞ୍ଚିବାର ଅଧିକାର ପାଇବା ସହ ମଣିଷ ନୁଆ ରାସ୍ତା ପାଇଥିଲେ । ପୁଂଜିବାଦ ର ତିବ୍ର ସଂକଟ ହେଲେ ସମାଜବାଦ ନୂତନ ରାସ୍ତା ଦେଖାଇ ଶେଷ କଥା କହିବ। ଉକ୍ତ ଦିବସ କୁ ସାରା ଦେଶରେ ସିପିଆଇ (ଏମ୍) ତରଫରୁ ଯୋଗ୍ୟ ମର୍ଯ୍ୟାଦା ସହ ପାଳନ କରିବା ନିଷ୍ପତ୍ତି ଅନୁସାରେ ସିପିଆଇ (ଏମ୍) ଜଳେଶ୍ଵର ଆଂଚଳିକ କମିଟି ତରଫରୁ ରକ୍ତ ପତାକା ଉତ୍ତୋଳନ ସହ ଦିଲ୍ଲୀପ କୁମାର ଗିରି ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିତାଂସୁ ସେନାପତି, ଜୀତାଂଶୁ ନନ୍ଦୀ, ରବିନ୍ଦ୍ର ବାରିକ, ସବିତା ଭୂୟାଁ, ଶେଖ ନଜିମୁଦ୍ଦିନ, ଦୀପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡ଼ା, ପଲ୍ଟୁ ଦାସ, ରତନ ଦାସ, ଯତିନ ଜେନା,  ଚନ୍ଦନ ଶତପଥୀ, ରାମଚନ୍ଦ୍ର ଦେ, ଧୀରେନ୍ଦ୍ର ଦେ, ଚୈତନ୍ୟ ଅଣ୍ଡିଆ, ଶେଖ ଅବଦୁଲ ସାଦିକ୍, ବରେନ୍ଦ୍ର ନନ୍ଦୀ ବକ୍ତବ୍ୟ ରଖିଥିଲେ । ଏଥି ସହିତ ସମ୍ଫତିଆ, ଡେମୁରିଆ, ବାଇଗଣ ବାଡିଆ, ସୁଗୋ, ନାମ୍ପୋ, ଆର.ଆର.ପୁର ଠାରେ ପତାକା ଉତ୍ତୋଳନ ସହ ଏଇ ଦିବସ ପାଳନ କରାଯାଇଛି ।

ରିପୋର୍ଟ : ଭୂପତି ପରିଡା