ନଭେମ୍ବର ୧୨ରେ ଭାରତୀୟ ଜାତୀୟ କଂଗ୍ରେସର ଓଡିଶା ବନ୍ଦ ଡାକରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି ଓ ନିର୍ଦେଶ ମୁତାବକ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ମହାବିଦ୍ୟାଳୟରେ ଯୌନ କେଳେଙ୍କେରି ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ, ଏହାକୁ ବିରୋଧ କରି ହତ୍ୟାର ଶିକାର ହୋଇଥିବା ମମିତା ମେହେରଙ୍କୁ ନ୍ୟାୟ, ଏଥିରେ ସିଧା ସମ୍ପୃକ୍ତ ଥିବା ମନ୍ତ୍ରୀ କେପ୍ଟେନ ଦିବ୍ୟଶଙ୍କର ମିଶ୍ର, ପରୋକ୍ଷ ସମର୍ଥନ ଥିବା ମନ୍ତ୍ରୀ ପ୍ରତାପ ଜେନା ଦ୍ୱୟଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର, ଏମାନଙ୍କ ବିରୁଦ୍ଧରେ ତଦନ୍ତ ସାଙ୍ଗକୁ ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଆସନ୍ତା କାଲି ସକାଳ ଘ ୦୬.୦୦ ମିରୁ ମଧ୍ୟାହ୍ନ ଘ ୧୨.୦୦ ମି ପର୍ଯ୍ୟନ୍ତ ସମଗ୍ର ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏଥିରେ କଂଗ୍ରେସ ପକ୍ଷରୁ ଵ୍ରହ୍ମପୁର ସହରବାସୀଙ୍କ ସହଯୋଗ କାମନା କରାଯାଇଛି । ବନ୍ଦ ବେଳେ ଡାକ୍ତରଖାନା, ଔଷଧ ଦୋକାନ, କ୍ଷୀର ଦୋକାନ ତଥା ଜରୁରୀ ସେବାରେ ନିୟୋଜିତ ସମସ୍ତ କାର୍ଯ୍ୟାଳୟ, ଗାଡି, କର୍ମଚାରୀ ମାନଙ୍କୁ ଏଥିରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି ବୋଲି ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା