ନଛିମପୁର ଗାଁକୁ ୭ ଦିନ ଲାଗି କଣ୍ଟେନ୍‌ମେଣ୍ଟ ଘୋଷଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗ ସୀମାକୁ ଲାଗି ଜଳେଶ୍ୱର ବ୍ଲକର ନଛିମପୁର ଗାଁ ରହିଥିବାରୁ ଏବଂ ଅମାନୀଆମାନେ ପଶ୍ଚିମବଙ୍ଗବାସୀଙ୍କ ସହିତ ସମ୍ପର୍କ ରଖିୁଥିବାରୁ ନଛିମପୁର ଗାଁରେ ୧୯ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହି ପଂଚାୟତର ଆମ୍ବଳିଅଠା ଗାଁରେ ୬ ଓ ଅଜୁନୀ ଗାଁରେ ୧ ଜଣ ସଂକ୍ରମିତ ହୋଇଥିବାରୁ ନଛିମପୁର ଗାଁକୁ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଗତ ରାତିରେ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛନ୍ତି । ନିକଟସ୍ଥ ପଶ୍ଚିମବଙ୍ଗର ଗାଁ ସହିତ ନଛିମପୁର ଗାଁର ଲୋକଙ୍କ ଅବାଧ ଯାତାୟାତ ଯୋଗୁଁ ଏପରି ସଂକ୍ରମଣ ବଢିଥିବା କୁହାଯାଇଛି । ଗାଁର ସୀମାନ୍ତ ହାଇସ୍କୁଲ, ସାହାଡାପଡା ଗ୍ରାମ୍ୟରାସ୍ତା, ତାରେଣୀ ଛକ, ସୁକୁମାର ଦତ୍ତ ଘର ଠାରୁ ସୁବ୍ରତ ପ୍ରଧାନ ଘର ପର୍ଯ୍ୟନ୍ତ ବେରିକେଟ ଲଗା ଯିବାକୁ ସ୍ଥିର ହୋଇଛି । ହାତୀଗଡ ସିଏଚ୍‌ସିର ମୁଖ୍ୟ ପ୍ରଭାସ କୁମାର ନାୟକଙ୍କ ନେତୃତ୍ୱରେ ୭ଜଣ ଏଏନ୍‌ଏମ୍‌, ଆଶା, ଅଙ୍ଗନଓ୍‌ବାଡି କର୍ମୀଙ୍କ ସହିତ ପୋଲିସ‌ଫୋର୍ସଙ୍କ ଏବଂ ସଭିଜିଲେନ୍ସ ଟିମ୍ ସର୍ଭେ କରିବେ । ଏ ସଂପର୍କରେ ସରପଂଜ ଦୀପାଳି ଜେନା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।