ଧାନକିଣା ଅବ୍ୟବସ୍ଥାକୁ ନେଇ ରାମନଗରପାଟଣା ସେବା ସମବାୟ ସମିତିର ଚାଷୀ ବସିଲେ ଅନସନରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ବ୍ଲକ ୧୯ଇ ସେବା ସମବାୟ ସମିତି ମାଧ୍ୟମରେ ସରକାର ଚାଷୀଙ୍କ ଠାରୁ ଧାନ କିଣିଥାନ୍ତି । ରାଜପୁର ଗ୍ରାମର ରାମନଗରପାଟଣା ସେବା ସମବାୟ ସମିତିରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ପୂର୍ବସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନରେ ବହୁ ଚାଷୀ ସେବା ସମବାୟ ସମିତି ସମ୍ମୁଖରେ ଅନସନ ଧାରଣାରେ ବସିଥିଲେ । ଏହି ସେବାସମବାୟ ସମିତିରେ ୨୦୭ଜଣ ଚାଷୀ ଧାନ ଦେବାଲାଗି ପଞ୍ଜିକରଣ କରିଥିବା ବେଳେ ୧୫୭ଜଣଙ୍କୁ ଟୋକନ୍ ମିଳିଥିଲା । ସେମାନଙ୍କ ମଧ୍ୟରୁ ୧୮ ତାରିଖ ଓ ୧୯ ତାରିଖରେ ଧାନ ଦେବାକୁ ଥିବା ୨୨ ଜଣ ଚାଷୀଙ୍କ ଟୁକନ୍ ଲେପ୍‌ସ୍ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳ ୮ଟାରୁ ଅନଶନ ଚାଲିଥିବା ବେଳେ ସେଠାରେ ଅପରାହ୍ନରେ ବିଧାୟକ ସେଠାରେ ପହଞ୍ଚି ଜିଲାପାଳଙ୍କ ସହିତ ଫୋନ୍‌ଯୋଗ ଆଲୋଚନା କରି ସମସ୍ତ ଧାନ ନେବାର ପ୍ରତିଶୃତି ଦେବାପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନରେ ସଭାପତି ବସନ୍ତ ପ୍ରଧାନ, ଦୂର୍ଗାଶଙ୍କର ଭୂୟାଁ, ସରପଞ୍ଚ ଦିଲ୍ଲିପ ପରିଡା, ତପନ ବିଶ୍ୱାଳ, ଗଣେଶ ପାତ୍ର, କମଳାକାନ୍ତ ଦେ, ରାଧାଶ୍ୟାମ ସାହୁ, ଜଗନ୍ନାଥ ଭଞ୍ଜ, ହେମନ୍ତ ପାତ୍ର, ମଧୁସୂଦନ ପାଳ, ଅନୁପମା ଦତ୍ତ, ମନ୍ନଥ ଦତ୍ତ, ଦେବାଶିଷ ସାହୁ, ଅରୁଣ ଦେ, ଲକ୍ଷ୍ମୀନାରାୟଣ ପଣ୍ଡା, ୟାସିନ୍ ବକ୍ସ, ନିରଞ୍ଜନ ପାତ୍ର, ବରୁଣ ନାୟକ, ଆଦିକନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।