ଦେଶର ଅନେକ ଟଙ୍କା ୧୫ଜଣ ଲୋକଙ୍କ ନିକଟରେ ମହଜୁଦ ରହିଛି ଯାହାକୁ ସାଧାରଣ ଲୋକେ ସେହି ଟଙ୍କାକୁ କରି ପାରୁନାହାନ୍ତି ବ୍ୟବହାର:ରାହୁଲ୍‌…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଦେଶର ଅନେକ ଟଙ୍କା ୧୫ଜଣ ଲୋକଙ୍କ ନିକଟରେ ମହଜୁଦ ରହିଛି । ଯାହାକୁ ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି । ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି । ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି । ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ ନପକାଇ ଆଗାମୀ ନିର୍ବାଚନୀ ଇସ୍ତାହାର କାର୍ଯ୍ୟକାରୀ କରାଯିବ ବୋଲି ରାହୁଲ କହିଛନ୍ତି ।