ଦେଓଗାଁ ସରକାରୀ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୨ତମ ଜୟନ୍ତୀ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷତାରେ ଅକ୍ଟୋବର ମାସ ୯ ତାରିଖ ବନ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ଉପସ୍ଥିତ ହୋଇ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଗୋପବନ୍ଧୁଙ୍କ ଛାତ୍ର ଜୀବନରୁ ସମାଜସେବା, କବି ପ୍ରତିଭା, ତ୍ୟାଗସୁତ ଜୀବନ, କାବ୍ୟ ମାଧ୍ୟମରେ ସଂଗ୍ରାମୀକୁ ଚେତାବନୀ, ବିଶ୍ୱପ୍ରେମର ବାର୍ତ୍ତା, ବନ୍ୟାରେ ଜନତାଙ୍କ ସେବା, ଦୁନିଆଁର ଶ୍ରେଷ୍ଠ ଧର୍ମ ଗୋସେବା, ଶିକ୍ଷା ଦର୍ଶନ, ଜୀବନ ଦର୍ଶନ ରତକାଟି ମାର୍ମ ଲୋକସେବକ ମଣ୍ଡଳ ପ୍ରତିଷ୍ଠା ଓ ସମାଜର ସମ୍ପାଦକ ଦାୟିତ୍ୱ ବହନ ସମ୍ବନ୍ଧରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନେ ତାଙ୍କ ତ୍ୟାଗ ପୁତ୍ତ ଜୀବନରେ ଆଗେଇ ଯିବାକୁ ଆହ୍ୱାନ ରଖିଥିଲେ । ପ୍ରାକ୍ତନ ଛାତ୍ରୀ ସୁଭଦ୍ରା ଷଡ଼ଙ୍ଗୀ, ଶ୍ରୀୟା ସୂଚିସ୍ମିତା ଖଟୁଆ, ସୌମ୍ୟା ପ୍ରିୟଦର୍ଶନୀ ବେହେରା, ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ଛାତ୍ର ରୋଶନ କୁମାର ସାହୁ, ଅଙ୍କିତ ରଞ୍ଜନ ରାଉତ, ବକ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କ ସେବାକୁ ପାଥେୟ କରି ବିଦ୍ୟାଳୟ ପରିବେଶକୁ ପରିସ୍କାର କରିବା ସହ ବୃକ୍ଷ ରୋପଣ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯାଇଥିଲା । ଗୋପବନ୍ଧୁ ସମ୍ମାନାର୍ଥେ ଏକ ରାଲି ଗ୍ରାମ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା । ଝାନସୀ ରାଣୀ ମହାପାତ୍ର, ସ୍ମିତାରାଣୀ ସାମଲ, ଜ୍ୟୋତିମୟୀ ପତି ଓ ଲକ୍ଷ୍ମୀପ୍ରିୟା ମହାପାତ୍ର, ଗୋପବନ୍ଧୁଙ୍କ କିଛି କବିତା ପାଠ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି