ଦୁର୍ବୋଧ୍ୟ

ଫୁଲକୁ ଯଦି ମୁଁ କେବେ ପଚାରି ଦେଇଛି
କହ କହ କେବେ କଣ୍ଟା ତୋତେ କି ଫୋଡିଛି
ନାହିଁ ନାହିଁ କେବେ ନାହିଁ
ଦମ୍ଭରେ ରେ ମୁଁ ପାରେ କହି
ସୁରକ୍ଷାର ବଳୟରେ ଏମିତି ରଖିଛି
ତାଆ ପାଇଁ ଆଜି ମୁହିଁ ସୁଖରେ ଜୀଇଁଛି।
ଯିଏ ଯେବେ ତୋଳିବାକୁ ହାତ ବଢ଼ାଇଛି
ମୋ ଠାରୁ ଆଗରେ ସିଏ ତାକୁ ତ ଫୋଡିଛି।
ମୋର ହସ ଦେଖି ସବୁ ଦୁଃଖ ସେ ଭୁଲିଛି
କୁରୂପପଣ କୁ ତାର ନିଜେ ପାସୋରିଛି,
ନିରୋଳାରେ କେତେ ଲୁହ ମୋ ଦେହେ ଢାଳିଛି
ବୋଧ କରି ମୁହିଁ ତାକୁ ପ୍ରେମରେ ଚୁମିଛି,
ଭଅଁର ତା ସିନା କାଟି ପକାଏ କାଠକୁ
ପଦୁଅଁ ଭିତରେ ପୁଣି ଲୁଚାଏ ନିଜକୁ,
ପ୍ରକୃତି ପାଖରେ ପୁରୁଷ ଦେଖାଏ କି ବଳ
ଚିରଦିନ ପ୍ରେମ ପାଖେ ପୁରୁଷ ଦୁର୍ବଳ,
ଯୁଗେ ଯୁଗେ ପ୍ରେମ ପାଖେ ହାରିଛି ନିଷ୍ଠୁର
କଣ୍ଟା ବି ପ୍ରେମରେ ଦିଏ ପ୍ରେମ ଉପହାର,
ଇଏକି ବିଚିତ୍ର ଲୀଳା ରଚିଛି ସଂସାର
ବାଘ, ସିଂହ ପରା ଜନ୍ତୁ ସବୁ ପ୍ରେମ ଅଧୀନର ତପସ୍ୱିନୀ ଦାଶ
ବାରିପଦା