ଦୁର୍ଗା ପୂଜା ଉପଲକ୍ଷେ…

କାଶତଣ୍ଡୀର ଶୁଭ୍ରତାରେ ପ୍ରକୃତିର ସୌରଭତା ମଧ୍ୟରେ ପୂର୍ଣ୍ଣଗର୍ଭା ନଈ, ନାଳ, ପୁଷ୍କରଣୀରେ ମୀନ, ବେଙ୍ଗ, ବେଙ୍ଗୁଲୀର ଆଳାପ, ଖଣ୍ଡ ଖଣ୍ଡିଆ ମେଘ ରାଶି ଚନ୍ଦ୍ରର ଚାନ୍ଦନୀକୁ ଆଚ୍ଛାରଣ କରି ପୁଣି ଲୁଚକାଳି ଖେଳ ମଧ୍ୟରେ ଶାରଦୀୟ ପାର୍ବଣର ଦୁଦୁମ୍ଭୀ ବଜାଇ ମା’ ଦୁର୍ଗେ ଦୁର୍ଗତୀ ନାଶିନୀ ନବଦୁର୍ଗାଙ୍କୁ ସ୍ୱାଗତ ଜଣାଉଛି । ବିଶ୍ୱର କୋଟି କୋଟି ଜନତା କରୋନା ମହାମାରୀର ଲେଲିହାନ ଜିହ୍ୱାରେ ଅସ୍ତବ୍ୟସ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଆଉ ସେମାନଙ୍କ ଆର୍ତ୍ତ ଚିତ୍କାରରେ ବିଶ୍ୱ ବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ଉଠିବା ଅବସରରେ ମା’ ଦୁର୍ଗତୀ ନାଶିନୀ ଓହ୍ଲାଇ ଆସିଛନ୍ତି ଧରାପୂଷ୍ଠକୁ ସଂହାର କରିବାକୁ ।କରୋନା ପରି ମହିଷାସୁରକୁ ଓ ତାର ସୃଷ୍ଟିକର୍ତ୍ତା ଶମ୍ଭୁ ନିଶମ୍ଭୁ ପରି ଦେଶକୁ ଶାରଦୀୟ ଦୁର୍ଗାଙ୍କ ନବ ଦୁର୍ଗା ବେଶରେ ନବରାତ୍ରୀର ପୂଜା ଉତ୍ସବର ଆସର ସବୁ ଶକ୍ତିପୀଠରେ ଗାଁ, ସହର, ବସ୍ତି, ଗଳି କନ୍ଦିର ମେଢ ମଣ୍ଡପରେ ମାଆଙ୍କ ଆଗମନ ହୋଇଛି । ହେଲେ ନିରୀହ ଭକ୍ତ ମାଆଙ୍କ ମୁଖ ଦର୍ଶନ କରି ପାରୁନାହାନ୍ତି କରୋନାର ପ୍ରାଦୁର୍ଭାବ ଯୋଗୁଁ ଓ ସଂହାର ଲୀଳାର ବିଭୀଷିକା ଯୋଗୁଁ । ହେ ଜଗତ ଜନନୀ ମା’ ଦୁର୍ଗା ଆମର ଦୁର୍ଗତିରେ ତୋ ସନ୍ତାନମାନଙ୍କୁ ବଞ୍ଚାଇ ରଖ । ଶାରଦୀୟ ଦୁର୍ଗା ପୂଜାର ପରିବେଶ ମା’ ଦୁର୍ଗେ ଦୁର୍ଗତି ନାଶିନୀ ମହାଦୁର୍ଗାଙ୍କ ଆଗମନକୁ ଉତ୍ସବ ମୁଖର କରି ସାରିଛି । ଭୂପୂଷ୍ଠକୁ ଓହ୍ଲାଇ ଆସିଛନ୍ତି ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବଶକ୍ତି ରୂପେ । ଏଣୁ ନବରାତ୍ରୀ ପୂଜାରେ ମା’ ଦୁର୍ଗା ନବ ଶକ୍ତି ରୂପରେ ଅବତରି ଆସିଛନ୍ତି । ପ୍ରଥମ ଦିବସ ଆଜି ଆଶ୍ୱିନ ଶୁକ୍ଳ ପ୍ରତିପଦା ପ୍ରଥରେ ମା’ ଶୈଳପୁତ୍ରୀ ରୂପେ ପୂଜା ପାଇବେ । ୨ୟ ଦିନରେ ବ୍ରହ୍ମଚାରିଣୀ ୩ୟରେ ଚନ୍ଦ୍ରଘଣ୍ଟା ୪ର୍ଥ ଦିବସରେ କୁଷ୍ମାଣ୍ଡା ପଞ୍ଚମୀ ତିଥିରେ ପଞ୍ଚମ ରୂପ ସ୍କନ୍ଦମାତା ଷଷ୍ଠ ଦିନରେ କର୍ତ୍ତାୟନୀ, ସପ୍ତମୀରେ ମା’ କାଳରାତ୍ରୀ, ଅଷ୍ଟମୀରେ ମହାଗୌରୀ ଦୁର୍ଗା, ନବମୀ ଦିନରେ ମା’ ସିଦ୍ଧିଦାତ୍ରୀା ନଅ ବେଶ ବା ରୂପରେ ମା’ ଦୁର୍ଗା ନବ ଶକ୍ତି ଓ ଭକ୍ତିରେ ଉଭା ହୋଇଛନ୍ତି । ଜଗତର ମଙ୍ଗଳ କାରଣୋ“
“ସର୍ବ ମଙ୍ଗଳେ ମାଙ୍ଗଲ୍ୟ,
ଶିବେ ସର୍ବାଦ୍ଧ ସାଧିକେ,,
ଶରଣ୍ୟେଂ ତ୍ରୟଂବକେ ଗୌରୀ,
ନାରାୟଣିଂ ନମସ୍ତୁତେ। ।
ଜୟନ୍ତୀ ମଙ୍ଗଳା କାଳୀ,
ଭଦ୍ରକାଳୀ କପାଳିନୀ,,
ଦୁର୍ଗା, କ୍ଷମା, ଶିରୋ ଧାତ୍ରୀ,,_
ନାରାୟଣୀଂ ନମୋସ୍ତୁତେ। ।
ଯାʼ ଦେବୀ ସର୍ବ ଭୂତେଷୁ,
ଶକ୍ତି ରୂପେଣଂ ସଂସ୍ଥିତା,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ । ।
ଯାʼ ଦେବୀ ସର୍ବ ଭୂତେଷୁ,
ମାତୃ ରୂପେଣଂ ସଂସ୍ଥିତା,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।।
ଯାʼ ଦେବୀ ସର୍ବଭୂତେଷୁ,
ନବଦୁର୍ଗା ରୂପେଣଂ ସଂସ୍ଥିତା,,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।।
ଯାʼ ଦେବୀ ସର୍ବଭୂତେଷୁ,
ନବଗ୍ରହ ରୂପେଣ ସଂସ୍ଥିତା,,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ।।

ଲେଖକ : ଦାମୋଦର ପାଢ଼ୀ