ଦୁଇ ରାଜ୍ୟର ଷ୍ଟେସନ

ଜଣେ ମନୁଷ୍ୟ ଏକ ସମୟରେ ୨ଟି ସ୍ଥାନରେ ଅର୍ଥାତ୍ ୨ଟି ରାଜ୍ୟରେ ରହିବା ସମ୍ଭବ କି, ହଁ ନିହାତି ସମ୍ଭବ,କେମିତି ରହିପାରିବ କହୁଛି ନିମ୍ନରେ । ଆମ ଦେଶ ଭାରତ ଏକବିଶାଳ ଦେଶ,ଆମର ରେଳବାଇ,୬୪,୦୦୦କି.ମି.ର ରେଳପଥ,୧୯,୦୦୦ ଟ୍ରେନ୍ ଓ ୭,୩୪୯ଟି ଷ୍ଟେସନ ସହିତ ବିଶ୍ଵର ୪ର୍ଥ ବୃହତ୍ତମ ରେଳପଥ।ଏ ମଧ୍ୟରେ ଏମିତି ୨ଟି ରେଳ ଷ୍ଟେସନ ଅଛି ଯାହା ୨ଟି ରାଜ୍ୟରେ ଅବସ୍ଥିତ,ଅର୍ଥାତ୍ ୨ଟି ଯାକ ୨ଟି ରାଜ୍ୟର ସୀମାରେ ଅଛି ।ପ୍ରଥମେ ରାଜସ୍ଥାନ ଭବାନୀ ମଣ୍ଡି ସହରରେ ଅବସ୍ଥିତ ଭବାନୀ ମଣ୍ଡି ଷ୍ଟେସନ କଥା । ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ଡିଭିଜନ ଅଧୀନରେ ଥିବା ଦିଲ୍ଲୀ-ମୁମ୍ବାଇ ରେଳପଥର ଭବାନୀ ମଣ୍ଡି ଷ୍ଟେସନର ଉତ୍ତର ଭାଗ ମଧ୍ୟପ୍ରଦେଶର ମଣ୍ଡାସୋର ଜିଲ୍ଲାରେ ଥିବାବେଳେ ଦକ୍ଷିଣ ଭାଗ ରାଜସ୍ଥାନର ଝଲୱାର ଜିଲ୍ଲାରେ ରହିଛି।ଷ୍ଟେସନରେ ଅଟକିଥିବା ଟ୍ରେନର ଇଞ୍ଜିନ ରାଜସ୍ଥାନରେ ଥିବାବେଳେ ଗାର୍ଡ ବଗି ମଧ୍ୟପ୍ରଦେଶରେ ଥାଏ,ଟିକଟ ବୁକିଂ ମଧ୍ୟପ୍ରଦେଶରେ ହେବାବେଳେ ଟ୍ରେନ୍ ଚଢ଼ିବାକୁ ହେବ ରାଜସ୍ଥାନରେ । ପ୍ଲାଟଫର୍ମର ଗୋଟେ ପଟେ ରାଜସ୍ଥାନର ବୋର୍ଡ଼ ଲାଗିଥିବାବେଳେ,ଅନ୍ୟପଟେ ମଧ୍ୟପ୍ରଦେଶର ବୋର୍ଡ ଲାଗିଥାଏ I ଷ୍ଟେସନ ସନ୍ନିକଟ ଅନେକ ଘର ଅଛି I ଯାହାର ଦାଣ୍ଡପଟ ରାଜସ୍ଥାନରେ ତ ବାରିପଟ ମଧ୍ୟ-ପ୍ରଦେଶରେ ରହିଛି । ୨୦୧୮ରେ ଏ ପ୍ରସଙ୍ଗକୁ ନେଇ ଏକ ହାସ୍ୟ ରସାତ୍ମକ ହିନ୍ଦୀସିନେମା “ଭବାନୀ ମଣ୍ଡି ଟେସନ” ନିର୍ମିତ ହୋଇଥିଲା ।ଏହି ଦୁଇ ରାଜ୍ୟ ସୀମାର ସୁଯୋଗ ନେଇ ଡ୍ରଗସ୍ ମାଫିଆମାନେ ଫେରାର ହୋଇଯାଉଥିବାର ଅନେକ ଅଭିଯୋଗ ହୁଏ । ୧୯୧୧ ପୂର୍ବରୁ ନିର୍ମିତ ଏହି ଷ୍ଟେସନରେ ୩ଟି ପ୍ଲାଟଫର୍ମ ସହିତ ୩ଟି ରେଳଲାଇନ୍ ବିଦ୍ୟମାନ I ଏଠାରେ ୫୦ଟି ଟ୍ରେନର ରହଣୀ ହୁଏ ।୨ଟି ରାଜ୍ୟର ସୀମାରେ ଥିଲେ ମଧ୍ୟ ଦୁଇରାଜ୍ୟର ଭାଷା ହିନ୍ଦୀ ହୋଇଥିବାରୁ ସେମିତି କିଛି ଅସୁବିଧା ହୁଏ ନାହିଁ ଷ୍ଟେସନର ଘୋଷଣାରେ । ରାଜା ଭବାନୀ ସିଂଙ୍କଦ୍ଵାରା ସ୍ଥାପିତ ଏହିସହର,ଏକ ମ୍ୟୁନିସିପାଲଟି,ରାଜସ୍ଥାନର ‘ଅରେଞ୍ଜ ସିଟି’ ଭାବେ ପରିଚିତ, ମହାରାଷ୍ଟ୍ରର ନାଗପୁରପରେ ଏହା ଭାରତର ୨ୟ ବୃହତ୍ତମ କମଳା ଉତ୍ପାଦନକାରୀ ସହର/ବଜାର ।ରାଜା ଭବାନୀ ସିଂଙ୍କ ଆମନ୍ତ୍ରଣକ୍ରମେ ଏଠାରେ କମଳା ଚାଷ ଆରମ୍ଭ କରିଥିବା ସ୍ବର୍ଗତ ଅବଦୁଲ କଲିମ ଚୌଧୁରୀଙ୍କୁ ୧୯୭୧ ମସିହାରେ ଭାରତର ରାଷ୍ଟ୍ରପତି ‘ଉଦ୍ୟାନ କୃଷି ପଣ୍ଡିତ’ ଉପାଧିରେ ଭୂଷିତ କରିଥିଲେ ।ନୃତ୍ୟ-ସଙ୍ଗୀତ ପାଇଁ ମଧ୍ୟ ଏହି ସ୍ଥାନ ବିଖ୍ୟାତ,ଭବାନୀ ନୃତ୍ୟଶାଳା ଏଠାରେ ଅବସ୍ଥିତ,ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସ୍ୱର୍ଗୀୟ ଉଦୟ ଶଙ୍କର ଝଲୱାରା(ଭାରତର ୧ମ ମ୍ୟୁନିସିପାଲଟି)ଦରବାରର ସଦସ୍ୟ ଥିଲେ । ଏଇଭଳି ଆଉ ଏକ ଷ୍ଟେସନ ଅଛି ଆମଦେଶରେ ମହାରାଷ୍ଟ୍ର-ଗୁଜୁରାଟ ସୀମାରେ ଥିବା ପଶ୍ଚିମ ରେଳବାଇର ନଭପୁରା(ତହସିଲ) । ଏ ହି ଷ୍ଟେସନର ମୋଟ ୮୦୦ମିଟରରୁ ୫୦୦ ମିଟର ଗୁଜୁରାଟର ତାପି ଜିଲ୍ଲାରେ ଅବସ୍ଥିତ ଓ ୩୦୦ ମିଟର ମହାରାଷ୍ଟ୍ରର ନାନ୍ଦୁର- ବର ଜିଲ୍ଲାରେ,ଉଧା-ଜଲଗାଁଓ ରେଳଲାଇନରେ ।ଏହି ଷ୍ଟେସନରେ ୩ଟି ପ୍ଲାଟଫର୍ମ ସହିତ ୪ଟି ରେଳଲାଇନ ରହିଛି,ଯୋଉଠି ସୁପରଫାଷ୍ଟ ଟ୍ରେନର ମଧ୍ୟ ରହଣୀ ରହିଛି ।ଏଠାରେ ଟିକଟ ବୁକିଂ ମହାରାଷ୍ଟ୍ରରେ ହେଉଥିବାବେଳେ ଷ୍ଟେସନ ମାଷ୍ଟର ଗୁଜୁରାଟରେ ବସନ୍ତି, ଯାତ୍ରୀମାନେ ଏକସଙ୍ଗରେ ଦୁଇ ରାଜ୍ୟରେ ରହୁଥିବାର ଅନୁଭବ କରନ୍ତି ।ଏହି ଷ୍ଟେସନରେ ଏକ ବେଞ୍ଚ ଅଛି,ଯାହାର ଅଧା ଗୁଜରାଟର ତ ଅନ୍ୟ ଅର୍ଦ୍ଧେକ ମହାରାଷ୍ଟ୍ରର,ମଝିରେ ଦୁଇ ରାଜ୍ୟର ସୀମାରେଖା ଚିହ୍ନଟ କରାଯାଇଛି,ଏହି ଵେଞ୍ଚରେ ବସିଲେ ଏକସଙ୍ଗେ ଦୁଇରାଜ୍ୟ- ରେ ବସିବାଭଳି ଉପଲବ୍ଧି ହୁଏ,ଵେଞ୍ଚଟି ଦୁଇ ସୀମାବର୍ତ୍ତୀ ରାଜ୍ୟର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ।ଆମଦେଶରେ ଵିବିଧତା ମଧ୍ୟରେ ଏକତାର ଏହା ଏକ ବଳିଷ୍ଠ ପ୍ରମାଣ, ୨୦୧୮ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଟ୍ୱିଟ୍ କରିଥିଲେ ଏହି ନଭପୁରା ଷ୍ଟେସନ ସମ୍ବନ୍ଧରେ,”Divided by states but United by Indian Railway” ଏହି ଷ୍ଟେସନରେ ମଧ୍ୟ ପ୍ଲାଟଫର୍ମର ଏକ ପ୍ରାନ୍ତରେ ଗୁଜରାଟର ବୋର୍ଡ ଲାଗିଥିବାବେଳେ ଅନ୍ୟ ପ୍ରାନ୍ତରେ ମହାରାଷ୍ଟ୍ରର ଲାଗିଥାଏ।ଗୁଜୁରାଟରେ ମଦନିଷେଧଥିବା ବେଳେ ମହାରାଷ୍ଟ୍ର ରେ ଗୁଟଖା ଓ ପାନମସଲା ନିଷେଧ,ଷ୍ଟେସନରେ ତଦନୁଯାୟୀ ଜିନିଷ ଉପଲବ୍ଧ ହୁଏ ।ଏହି ଷ୍ଟେସନରେ ସମସ୍ତପ୍ରକାର ଘୋଷଣା ୪ଟି ଭାଷା ଯଥା:-ହିନ୍ଦି,ଇଂରାଜୀ,ମରାଠୀ,ଗୁଜୁରାଟୀରେ କରାଯାଏ ସମସ୍ତଙ୍କ ସୁବିଧା ସକାଶେ,ସବୁ ଲିଖିତ ବିଜ୍ଞାପନରେ ମଧ୍ୟ ୪ଟି ଭାଷାର ବ୍ୟବହାର କରାଯାଏ ।ଦୁଇ ରାଜ୍ୟର ସୀମାରେ ଥିବାରୁ ଅତ୍ୟାଧୁନିକ ଫେସନକୁ ନଜରରେ ରଖି ଏହି ଷ୍ଟେସନରେ ଏକ ସେଲଫି ପଏଣ୍ଟ କରାଯାଇଛି,ଯାତ୍ରୀମାନେ ଯାହାର ଭରପୁର ଫାଇଦା ନେଉଛନ୍ତି ।ଏହି ଷ୍ଟେସନଟି ପୂର୍ବରୁ ଥିଲେ ମଧ୍ୟ ୦୧-୦୯-୧୯୬୧ରେ ଗୁଜୁରାଟ ଓ ମହାରାଷ୍ଟ୍ର ସ୍ବତନ୍ତ୍ର ରାଜ୍ୟ ହେବାପରେ ଦୁଇରାଜ୍ୟର ସୀମାବର୍ତ୍ତୀ ଷ୍ଟେସନ- ଭାଵେ ଏହାର ମହତ୍ତ୍ଵ ବୃଦ୍ଧି ପାଇଛି ।ରଙ୍ଗାବଳୀ ନଦୀ ପ୍ରବାହିତ ଏହି ନଭପୁରା ନଗର-ପାଳିକାରୁ ମୁଖ୍ୟତଃ କୁଷିଜାତ ଦ୍ରବ୍ୟ,ଫଳ,ପନିପରିବା ଇତ୍ୟାଦି ମଧ୍ୟପ୍ରଦେଶ,ଗୁଜୁରାଟ ଓ ମହାରାଷ୍ଟ୍ରର ଅନ୍ୟାନ୍ୟ ସ୍ଥାନକୁ ପରିବହନ ହୋଇଥାଏ । ବୈଚିତ୍ର୍ୟମୟ ଏହି ଷ୍ଟେସନ ଦୁଇଟି ପ୍ରାୟ ଦେଶର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଯାହା ମଧ୍ୟରେ ଦୂରତା ପ୍ରାୟ ୫୦୦ କି.ମି. ।ଏହି ଦୁଇ ଷ୍ଟେସନ ଦେଇ ଯାଇଥିବା ଯେ କୌଣସି ଟ୍ରେନକୁ ଇଣ୍ଟର-ସିଟି ତ ନୁହଁ ଇଣ୍ଟର-ଷ୍ଟେଟ ଏକ୍ସପ୍ରେସ କହିବାରେ କିଛି ଅସୁବିଧା ନାହିଁ । ଆମ ଦେଶର ଏତେ ବଡ଼ ରେଳବାଇରେ ଏମିତି ଅନେକ ବୈଚିତ୍ର୍ୟପୂର୍ଣ୍ଣ ପ୍ରସଙ୍ଗ ରହିଛି I ଯାହାର ଉନ୍ନୋଚନ ହେବା ନିହାତି ଆବଶ୍ୟକ ।
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯