ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ : ହଜିଗଲେ ହରିକ୍ରିଷ୍ଣା

ହାଇଦ୍ରାବାଦ: ତେଲୁଗୁଦେଶମ ପରଟିର ବରିଷ୍ଠ ନେତା ତଥା ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ ଗାଡି ଦୁର୍ଘଟଣା ଖବର ପାଇଁ ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ ଘଟଣା ସ୍ଥଳରେ ପହଂଚି ନାଳଗଣ୍ଡା କେମିନେନି ହସ୍ପିଟାଲକୁ ଯାଇଥିଲେ । ସେତେବେଳେ ହରିକ୍ରିଷ୍ଣାଙ୍କୁ ଡ଼କ୍ଟର ମୃତ ଘୋଷଣା କରିସାରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ମୃତ୍ୟରେ ସମ୍ପୂର୍ଣ ଭାଙ୍ଗିପଡିଥିଲେ । ତାଙ୍କ ପାର୍ଥିବ ଶରୀରକୁ ବାସଭବନକୁ ନିଆଯାଇଥିଲା । ଖବର ପାଇ ରାଜ୍ୟର ବରିଷ୍ଠ ନେତାମାନେ ଓ ତେଲେଙ୍ଗନା ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସମେତ ବହୁ ବରିଷ୍ଠନେତା ଓ ଅଭିନେତା ବାସଭବନରେ ପହଂଚି ବିପର୍ଣ୍ଣ ପରିବାରକୁ ସମବେଦନା ଜଣାଇଥିଲେ । ହରିକ୍ରିଷ୍ଣାଙ୍କ ମୃତ୍ୟରେ ସିନେମା ଜଗତରେ ଓ ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି ବୋଲି କହିଥିଲେ ।