ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଆସି ପିଡିଏସ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା ଓ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯାଇଥିବା ମୋ ଗେହ୍ଲା ଝିଅ, ନିର୍ଭୟ କଢି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟ ମାନଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଗୁରୁବାର ଦିନ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିବା ପରେ ଛତ୍ରପୁର ବ୍ଲକର କାଳିଆବାଲି ସ୍ଥିତ ଅଙ୍ଗନବାଡି କେନ୍ଦ୍ର – ୧କୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଦେଖିବା ସହ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଦୁଇଟି ନବଜାତ ଶିଶୁ, କନ୍ୟା ମାଆ ମାନଙ୍କ ସହ ମିଶି କେକ୍ କାଟିଥିଲେ । ଏବଂ ଶିଶୁ ମାନଙ୍କ ଯତ୍ନ ନେବା ସହ ପୃଷ୍ଠିକର ଖାଦ୍ୟ ଓ ଔଷଧ ନିୟମିତ ଖାଇବା ଉପରେ ପରାମର୍ଶ ଦେଇଥିଲେ । ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଏକ ପ୍ରଶଂସା ଯୋଗ୍ୟ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିସରରେ ଥିବା କିଚେନ, ଗାର୍ଡେନ, ପିଲାଙ୍କ ଉପସ୍ଥାନ ଓ ମଧୁ ଆପ୍ ଦ୍ୱାରା ପାଠ ପଢାଯାଉଥିବା ସ୍ମାର୍ଟ କ୍ଲାସ ପରିସର ବୁଲି ଦେଖିଥିଲେ । ଅଧିକରୁ ଅଧିକ ପିଲାଙ୍କୁ କିପରି ବିଦ୍ୟାଳୟରେ ସାମିଲ୍ କରାଯିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପିଡିଏସ୍ ସାମଗ୍ରୀର ବଣ୍ଟନ ବ୍ୟବସ୍ଥା ଏବଂ ହିତାଧିକାରୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ. ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ର, କାଳିଆବାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତି ପଣ୍ଡା, ବରିଷ୍ଠ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ, ସାଥ-ଇ କୋର୍ଡିନେଟର ସନ୍ତୋଷି ଭୋପା, ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ରେବତୀ ପ୍ରଧାନ, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ଓଡିଶା ଜିବିକା ମିଶନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା