ଦୀନକୃଷ୍ଣ ମହାବିଦ୍ୟାଳୟର ୫୦ତମ ମୁଖପତ୍ର ‘ଦୀନକୃଷ୍ଣ’ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭକ୍ତକବି ଦୀନକୃଷ୍ଣ ଦାସଙ୍କ ନାମାନୁସାରେ ଜଳେଶ୍ୱରରେ ପ୍ରତିଷ୍ଠିତ ଦୀନକୃଷ୍ଣ ମହାବିଦ୍ୟାଳୟର ୫୦ତମ ମୁଖପତ୍ର ‘ଦୀନକୃଷ୍ଣ’ କୁ ପୂର୍ବତନ ଅଧ୍ୟକ୍ଷ, ସାରସ୍ୱତ ସାଧକ ତଥା ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଆଜି ଗୁରୁବାର ଲୋକାର୍ପିତ କରିଛନ୍ତି । କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବର୍ଣ୍ଣଢ୍ୟ ଉତ୍ସବରେ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ପୌରହିତ୍ୱ କରିଥିଲେ । ମୁଖ୍ୟପତ୍ରର ସମ୍ପାଦକ ପ୍ରଫେସର ରବିନାରାୟଣ ସାସମଲ ଅଦ୍ୟାବଧି ୫୦ବର୍ଷ ଧରି ଦୀନକୃଷ୍ଣ ମୁଖପତ୍ର ପ୍ରକମମାଶ ପାଇବା ଫଳରେ କବିଙ୍କର ବହୁମୁଖୀ ପ୍ରତିଭା ଓ ଅନୁଷ୍ଠାନର ଗାରିମା ପ୍ରକାଶ ପାଇଆସୁଛି । ଉଦ୍‌ଘାଟକ ପ୍ରଫେସର ବିଶ୍ୱାଳ ମୁଖପତ୍ରଗୁଡିକ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କର ସୃଜନଶୀଳ ପ୍ରତିଭାର ଉନ୍ମେଶ ଘଟାଇଥାଏ । ଓଡିଆ ଭାଷା ବିକାଶା ସାହିତ୍ୟ ଦିଗରେ ଏପରି ପତ୍ରିକା ଗୁଡିକର ଅବଦାନ ଅତୁଳନୀୟ । ପତ୍ରିକାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମହାବିଦ୍ୟାଳୟର ଭୂମିକା ଗୁରୁତ୍ୱ ପୁର୍ଣ୍ଣ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ପ୍ରକାଶ ପାଇଥିବା ଲେଖା ଗୁଡିକ ମଧ୍ୟରୁ ଇଂରାଜୀ ବିଭାଗର ଛାତ୍ରୀ ବନିତା ଭୂୟାଁ ଓ ପୂର୍ଣ୍ଣିମା ପାତ୍ର ଓଡିଆ ପ୍ରବନ୍ଧରେ ସୁଲେଖା ବେହେରା ଓ କବିତା ପାଇଁ ଇତିଶ୍ରୀ ଦେଙ୍କୁ ପ୍ରଫେସର ବିଶ୍ୱାଳ ପୁରସ୍କୃତ କରିଥିଲେ । ପ୍ରାଧ୍ୟାପକ ଡ. ସୁଧାଶୁ ସେଖର ଗରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା