ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ନନ୍ଦିକା ଠାରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟରେ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସଭାପତି ସଭାପତିତ୍ୱ କରି ସମାଜରେ ଅବହେଳିତ ଭିନ୍ନକ୍ଷମମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଦେୱାନୀ ବିଚାରପତି ତଥା ତାଲୁକ ଲିଗାଲ କମିଟିର ଅଧ୍ୟକ୍ଷ ଗୀତା ଦାସ, ରମାକାନ୍ତ ସାହୁ, ସୁନୀଲ ଜେନା, ଚିନ୍ମୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମଙ୍କ ଲାଗି ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଜଳେଶ୍ୱର ଉଚ୍ଚବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୂୟାଁଙ୍କ ନେତୃତ୍ୱରେ ଏନ୍‌ସିସି ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସର ସଫେଇ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ କପିଳେଶ୍ୱର ମହାନ୍ତି ଦିବସର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଅରୁଣ ବେଜ, ଅଶୋକ ଦାସ, ସୁନିଲ ନାୟକ, ଦିଲ୍ଲିପ ଗିରି, ରବିନ୍ଦ୍ର ବାରିକ, ମନୋରଂଜନ ଦାସ, ପ୍ରସାନ୍ତ ଦେ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଇଜାକ୍ ପରିଡା, ଆଲୋକ ପ୍ରଧାନ, ଧରିତ୍ରୀ ଦେ, ସୁଚିସ୍ମିତା ସେନାପତି, ଲୋପାମୁଦ୍ରା ପରିଡା, ଆଷିଶ ମହାପାତ୍ର, ଗୌରୀଶଂକର ପ୍ରଧାନ, ଯମୁନା ଦେ, ଚିନାରାଣୀ ଦେ, ଧରିତ୍ରୀ ପରିଡଶଏ ଯଦୁନାଥ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଅନ୍ତେବାସୀଙ୍କୁ ଶୀତବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ । ହିସାବ ରକ୍ଷକ ଅଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା